ୱାସିଂଟନ: ୩୭ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ସୁହାସ ସୁବ୍ରମଣ୍ୟମ୍ ଭର୍ଜିନିଆ କଂଗ୍ରେସ ଆସନ (ସଂସଦୀୟ ଆସନ) ପାଇଁ ଡେମୋକ୍ରାଟିକ୍ ଦଳର ପ୍ରାଥମିକ ନିର୍ବାଚନରେ ବିଜୟ ଲାଭ କରିଛନ୍ତି। ଏହି ନିର୍ବାଚନରେ ସେ ୧୧ ଜଣ ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି। ୨୦୧୯ ଭର୍ଜିନିଆର ଜେନେରାଲ୍ ଏସେମ୍ଲିକୁ ସେ ପ୍ରଥମ ଭାରତୀୟ-ଆମେରିକୀୟ, ପ୍ରଥମ ଦକ୍ଷିଣ ଭାରତୀୟ ଓ ପ୍ରଥମ ହିନ୍ଦୁ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୩ରେ ଭିର୍ଜିନିଆ ଷ୍ଟେଟ୍ ସିନେଟ୍କୁ ମଧ୍ୟ ସେ ମନୋନୀତ ହୋଇଥିଲେ। ସଂପ୍ରତି ସେ ଭର୍ଜିନିଆ ଜିଲ୍ଲାର ୧୦ମ କଂଗ୍ରେସ ଜିଲ୍ଲାରୁ ଆମେରିକାର ପ୍ରତିନିଧି ସଭା (ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ) ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସଂପ୍ରତି ଡେମୋକ୍ରାଟ ଦଳର ସଦସ୍ୟ ଥିବା ଜେନିଫେର୍ ୱେକ୍ସଟନ୍ ନିର୍ବାଚନରୁ ଓହରି ଯାଇଥିଲେ। ଭର୍ଜିନିଆ ଜିଲ୍ଲାରେ ମୋଟ ଜନସଂଖ୍ୟାର ଅଧିକାଂଶ ଭାରତୀୟ-ଆମେରିକୀୟ ରହୁଥିବାରୁ ଦଳର ପ୍ରାର୍ଥୀ ଭାବେ ସୁବ୍ରମଣ୍ୟମ୍ଙ୍କୁ ଦଳ ଚୟନ କରିଥିଲା । ସୁବ୍ରମଣ୍ୟମ୍ଙ୍କ ପିତା ବେଙ୍ଗାଲୁରୁ ଓ ମାତା ଚେନ୍ନାଇର ବାସିନ୍ଦା ଅଟନ୍ତି ।
ଭର୍ଜିନିଆ ଡେମୋକ୍ରାଟିକ୍ ନିର୍ବାଚନ: ପ୍ରଥମ ଭାରତୀୟ ବଂଶୋଦ୍ଭବ ସୁହାସ ସୁବ୍ରମଣ୍ୟମ୍ ବିଜୟୀ
/sambad/media/post_attachments/wp-content/uploads/2024/06/sfbfssfhshf-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)