ଆମେରିକା: ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ହାଉସ୍‌ ଦଖଲ କଲେ ଡେମୋକ୍ରାଟ୍‌; ସିନେଟ୍‌ ବଜାୟ ରଖିଲେ ରିପବ୍ଲିକାନ୍‌

ଓ୍ଵାସିଂଟନ୍‌: ଡେମୋକ୍ରେଟ୍‌ମାନଙ୍କର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ ପୁନର୍ବିଜୟ ହୋଇଥିବାରୁ ଆସନ୍ତା ବର୍ଷ କଂଗ୍ରେସର ନିୟନ୍ତ୍ରଣ ଭାଗ ହୋଇଯିବ। କିନ୍ତୁ, ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କର ରିପବ୍ଲିକାନ୍‌ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ସିନେଟ୍‌ରେ ସଂଖ୍ୟା ଗରିଷ୍ଠତା ବଜାୟ ରଖିଛନ୍ତି ବୋଲି ମଙ୍ଗଳବାର ଦିନ କେତେକ ଗଣମାଧ୍ୟମ ଆକଳନ କରିଛନ୍ତି।

ନିର୍ବାଚନରେ ଭର୍ଜିନିଆ, ଫ୍ଲୋରିଡା, ପେନ୍‌ସିଲ୍‌ଭେନିଆ ଏବଂ କୋଲୋରାଡୋ ଠାରେ ରିପବ୍ଲିକାନ୍‌ମାନଙ୍କୁ ପରାଜିତ କରିଥିବାରୁ ହାଉସ୍‌ ଅଫ୍‌ ମେଜରିଟି ପାଇବା ନିମନ୍ତେ ଡେମୋକ୍ରାଟ୍‌ମାନେ ଆବଶ୍ୟକ ୨୩ଟି ଆସନ ପାଇଯିବେ।

କିନ୍ତୁ ରିପବ୍ଲିକାନ୍‌ମାନେ ୧୦୦ ଆସନ ବିଶିଷ୍ଟ ସିନେଟ୍‌ ବଜାୟ ରଖିଛନ୍ତି। ଏଥିରେ ସେମାନେ ଇଣ୍ଡିଆନା ଏବଂ ନର୍ଥ ଡାକୋଟାର ଅନ୍ୟୂନ ଦୁଇ ଜଣ ଡେମୋକ୍ରାଟ୍‌ଙ୍କୁ ପରାଜିତ କରି ଟେନିସି ଏବଂ ଟେକ୍ସାସ୍‌ ଭଳି ଦୁଇଟି ବିପଦଶଙ୍କୁଳ ଆସନ ପାଇଛନ୍ତି।

ସମ୍ବନ୍ଧିତ ଖବର