ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ରେ ଘୋଷଣା କରିଥିବା ବିମୁଦ୍ରୀକରଣକୁ ଆଜି ୬ ବର୍ଷ ପୂରିଛି। ଦୁର୍ନୀତି ଓ କଳାଧନ ରୋକିବା ଏବଂ ଦେଶକୁ ଏକ କମ୍ ନଗଦ ବ୍ୟବହାର ହେଉଥିବା ଅର୍ଥନୀତିରେ ପରିଣତ କରିବା ଭଳି ଲକ୍ଷ୍ୟ ନେଇ ବିମୁଦ୍ରୀକରଣ ଘୋଷଣା କରାଯାଇଥିଲା। ତେବେ ୬ବର୍ଷ ବିତିବା ପରେ ଆଜି ବିମୁଦ୍ରୀକରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।
ବିମୁଦ୍ରୀକରଣକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ।ମଙ୍ଗଳବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନିଜର ୨-୩ ବିଲିୟନାୟାର ବନ୍ଧୁଙ୍କ ଲାଭ ପାଇଁ ବିମୁଦ୍ରୀକରଣ କରିଥିଲେ। ଏଭଳି କହିବା ସହ ସେ ନିଜ ଟ୍ୱିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପେପିଏମ୍ ବୋଲି କହିଥିଲେ।
Demonetisation was a deliberate move by ‘PayPM’ to ensure 2-3 of his billionaire friends monopolise India’s economy by finishing small & medium businesses. pic.twitter.com/PaTRKnSPCx
— Rahul Gandhi (@RahulGandhi) November 8, 2022
ଉଲ୍ଲେଖଯୋଗ୍ୟ, ୨୦୧୬ ନଭେମ୍ବର ୮ରେ ଦୁର୍ନୀତି ଓ କଳାଧନ ରୋକିବା ଏବଂ ଦେଶକୁ ଏକ କମ୍ ନଗଦ ବ୍ୟବହାର ହେଉଥିବା ଅର୍ଥନୀତିରେ ପରିଣତ କରିବା ଭଳି ଲକ୍ଷ୍ୟ ନେଇ ବିମୁଦ୍ରୀକରଣ ଘୋଷଣା କରାଯାଇଥିଲା। ସେହିଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍କୁ ଅଚଳ ଘୋଷଣା କରିଥିଲେ। ତାହାକୁ ବଦଳାଇବା ଲାଗି ଲୋକମାନଙ୍କୁ କିଛି ସମୟ ଦିଆଯାଇଥିଲା। ସେହି ସମୟରେ ଲୋକମାନେ ବ୍ୟାଙ୍କ ଶାଖା ଏବଂ ଏଟିଏମ୍ରେ ଲମ୍ବା ଧାଡ଼ିରେ ଠିଆ ହୋଇ ବେଶ ହନ୍ତସନ୍ତ ହୋଇଥିଲେ। ବିମୁଦ୍ରୀକରଣ ପରେ ନୂଆ ୨୦୦୦ ଟଙ୍କିଆ ନୋଟ୍ ଆସିଥିଲା। ବର୍ତ୍ତମାନ ବଜାରରେ ତାହାକୁ ବିଶେଷ ଦେଖିବାକୁ ମିଳୁନାହିଁ। ଏହା ବ୍ୟତୀତ ସରକାର ନୂଆ ରୂପରେ ୫୦୦ ଟଙ୍କିଆ, ୫୦ ଟଙ୍କିଆ, ୨୦ ଟଙ୍କିଆ ଏବଂ ସମ୍ପୂର୍ଣ୍ଣ ନୂଆ ୨୦୦ ଟଙ୍କିଆ ନୋଟ୍ ମଧ୍ୟ ଆଣିଥିଲେ।