ବ୍ୟାପକ ପ୍ରସ୍ତୁତି ଓ ରିଜର୍ଭ ବ୍ୟାଙ୍କର ପରାମର୍ଶ ପରେ ବିମୁଦ୍ରୀକରଣ କରାଯାଇଥିଲା : କେନ୍ଦ୍ର

ନୂଆଦିଲ୍ଲୀ : ବିମୁଦ୍ରୀକରଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିକଟରେ ନିଜର ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ଏହି ସତ୍ୟପାଠ ଦାଖଲ କରି ସରକାର କହିଛନ୍ତି ଯେ ବ୍ୟାପକ ବିଚାର, ପ୍ରାକ-ପ୍ରସ୍ତୁତି ଓ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା ପରେ ଏହାକୁ ଲାଗୁ କରାଯାଇଥିଲା । ଏହାର ଲକ୍ଷ୍ୟ ଥିଲା ଦେଶରୁ ଜାଲନୋଟ କାରବାର ସମାପ୍ତ କରିବା, କଳାଧନକୁ ଲୋପ କରିବା, ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ।

ସରକାରଙ୍କ ସତ୍ୟପାଠ ଅନୁସାରେ ବିମୁଦ୍ରୀକରଣ ଏକ ଅର୍ଥନୈତିକ ନିଷ୍ପତ୍ତି ଥିଲା । ୧୯୩୪ର ରିଜର୍ଭ ବ୍ୟାଙ୍କ ଆଇନ ଅନୁସାରେ ସରକାରଙ୍କୁ ଦିଆଯାଇଥିବା କ୍ଷମତା ଅନୁସାରେ ଏହି ପଦକ୍ଷେପ ନିଆଯାଇଥିଲା ।

ସରକାର ଆହୁରି ମଧ୍ୟ କହିଛନ୍ତି ଯେ, ତାହା କେବଳ ସରକାରଙ୍କ ନିଷ୍ପତ୍ତି ନଥିଲା । ରିଜର୍ଭ ବ୍ୟାଙ୍କର ସେଣ୍ଟ୍ରାଲ ବୋର୍ଡର ସୁପାରିଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା ।

କେନ୍ଦ୍ର ସରକାର ଗତ ୨୦୧୬, ନଭେମ୍ବର ୮ ରେ ବିମୁଦ୍ରୀକରଣ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିଭିରେ ଏ ନେଇ ଘୋଷଣା କରିବା ପରେ ଦେଶରେ ଚହଳ ପଡ଼ିଯାଇଥିଲା । ସରକାରଙ୍କ ଅନୁସାରେ ଏହାର ଏକ ମୁଖ୍ୟ ଲକ୍ଷ୍ୟ ଥିଲା ଦେଶରୁ ଜାଲ ନୋଟ କାରବାରକୁ ସମାପ୍ତ କରିବା । କିନ୍ତୁ ଏହାର ୬ ବର୍ଷ ପରେ ବି ଦେଶରେ ଜାଲ ନୋଟ କାରବାର ବଢିଚାଲିଛି । ବିମୁଦ୍ରୀକରଣ ଏହ ବିଫଳ ଉଦ୍ୟମ ଥିଲା ବୋଲି ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି ।

 

ସମ୍ବନ୍ଧିତ ଖବର