ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଜ୍ବର ନ କମିବାରୁ ସେ ସୋମବାର ଡାକ୍ତରଖାନା ଯାଇଥିଲେ। ରକ୍ତ ପରୀକ୍ଷା କରିବା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କଙ୍ଗନାଙ୍କ ଧଳା ରକ୍ତ କଣିକା କମିଯାଇଛି ଏବଂ ତାଙ୍କ ଶରୀରର ତାପମାତ୍ରା ଅତି ଅଧିକ ରହିଛି ବୋଲି ଡାକ୍ତର କହିଛନ୍ତି।
ତେବେ ସେ ଖୁବ୍ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଫିଲ୍ମର ଅଫିସିଆଲ୍ ହ୍ୟାଣ୍ଡେଲ୍ର ଏକ ଇନଷ୍ଟାଗ୍ରାମ ପୋଷ୍ଟରୁ ଜଣାପଡିଛି, ଅସୁସ୍ଥତା ସତ୍ତ୍ବେ ସେ ସେଟ୍ରେ କାମ କରୁଛନ୍ତି।