ନୂଆଦିଲ୍ଲୀ: ୨୦୧୫ରେ ଦିଲ୍ଲୀରେ ଡେଙ୍ଗୁରେ ପୀଡ଼ିତ ହୋଇ ଜଣେ ବାଳକ ମୃତ୍ୟୁବରଣ କରିବା ମାମଲାରେ ଜାତୀୟ ମାନବାଧିକାର ଆୟୋଗ ଦିଲ୍ଲୀ ପୁଲିସ କମିସନର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସର୍ତ୍ତମୂଳକ ସମନ ଜାରି କରି ନଭେମ୍ବର ୧୦ରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫ରେ ଦିଲ୍ଲୀରେ ନିଜ ପିତାମାତାଙ୍କ ସହ ରହୁଥିବା କେନ୍ଦ୍ରାପଡ଼ାର ଅବିନାଶ ନାମକ ଓଡିଆ ବାଳକଙ୍କର ମୃତ୍ୟୁହୋଇଥିଲା। ସେ ଡେଙ୍ଗୁରେ ପୀଡ଼ିତ ହୋଇଥିଲେ ମଧ୍ୟ ତାଙ୍କୁ ଠିକ୍‌ ସମୟରେ ହସ୍ପିଟାଲରେ ଶଯ୍ୟା ନ ମିଳିବାରୁ ସେ ମୃତ୍ୟୁବରଣ କରିଥିଲେ। ନିଜର ଏକମାତ୍ର ସନ୍ତାନକୁ ହରାଇ ପିତାମାତା ଦୁଃଖରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିଲେ।

Advertisment

ଏହି ଘଟଣାକୁ ନେଇ ସେତେବେଳେ ଓଡ଼ିଶାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥିଲା। ହସ୍ପିଟାଲ କର୍ମଚାରୀଙ୍କ ଅମାନବୀୟ ଆଚରଣ ଯୋଗୁଁ ଏପରି ହୋଇଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟ ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟ ଏକ ଘଟଣାରେ ଦିଲ୍ଲୀରେ ରହୁଥିବା ବାଲେଶ୍ୱରର ସନ୍ତୋଷ କୁମାର ନାମକ ବ୍ୟକ୍ତି ଦିଲ୍ଲୀର ହିନ୍ଦୁ ରାଓ ହସପିଟାଲରେ ପ୍ରାଣହରାଇଥିଲେ। କିନ୍ତୁ ତାଙ୍କ ଶବକୁ ଦିଲ୍ଲୀରେ ହିଁ ସତ୍କାର କରିଦିଆଗଲା। ଏହି ମାମଲାକୁ ମଧ୍ୟ ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ମୃତ ଲକ୍ଷ୍ମଣ ରାଉତଙ୍କ ପରିବାରକୁ ଆବଶ୍ୟକ କ୍ଷତିପୂରଣ ଦେବାକୁ ସେ ନିବେଦନ କରିଛନ୍ତି।

ପୂର୍ବରୁ ଏହି ମାମଲାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲୀ ପୁଲିସ କମିସନର ଓ ସମ୍ପୃକ୍ତ ପରିବାରକୁ ଆବଶ୍ୟକ କ୍ଷତିପୂରଣ ଦେବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ କୁହାଯାଇଥିଲେ ମଧ୍ୟ ସେମାନେ ଏ ସଂପର୍କରେ ରିପୋର୍ଟ ଦାଖଲ କରିନଥିବାରୁ ସେମାନଙ୍କୁ ହାଜିରା ପାଇଁ ସର୍ତ୍ତମୂଳକ ସମନ ଜାରି କରାଯାଇଛି।