ନୂଆଦିଲ୍ଲୀ : ଚଳିତ ମାସରେ ଦିଲ୍ଲୀରେ ସର୍ବାଧିକ ୯୩୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଚଳିତ ବର୍ଷ ଚିହ୍ନଟ ହୋଇଥିବା ମୋଟ ୧,୮୭୬ ଡେଙ୍ଗୁ ରୋଗୀ ମଧ୍ୟରୁ ନିଗମ ଅଧୀନରେ ଥିବା ଅଞ୍ଚଳରୁ ୧,୨୮୦ ମାମଲା ରେକର୍ଡ କରାଯାଇଛି ଏବଂ ଅବଶିଷ୍ଟ ରେଳବାଇ, ନୂଆଦିଲ୍ଲୀ ପୌର ପରିଷଦ ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଭଳି ଅନ୍ୟାନ୍ୟ ସ୍ଥାନରୁ ରେକର୍ଡ କରାଯାଇଛି। ସେପ୍ଟେମ୍ବରରେ ୬୯୩ଟି ମାମଲା ରିପୋର୍ଟ ହୋଇଥିଲା। ଚଳିତ ବର୍ଷ ଡେଙ୍ଗୁ ଯୋଗୁଁ କାହାରି ମୃତ୍ୟୁ ହୋଇ ନ ଥିବାବେଳେ ୨୦୨୧ରେ ଡେଙ୍ଗୁରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା।
ଚଳିତ ମାସରେ ଦିଲ୍ଲୀରେ ୯୦୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ
/sambad/media/post_attachments/wp-content/uploads/2022/06/dengue.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)