ଲକ୍ଷ୍ନୌ : ଉତ୍ତରପ୍ରଦେଶର ଫିରୋଜାବାଦରେ ଡେଙ୍ଗୁ ଏବଂ ଭାଇରାଲ୍ ଜ୍ବର ଯୋଗୁଁ ୩୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ଏଥିସହ ୧୨ ଜଣ ବୟସ୍କ ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଗତ ୩ ଦିନରେ ଫିରୋଜାବାଦ୍ର କିଛି ଗାଁରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶନିବାର ଦିନ ଫିରୋଜାବାଦରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଅଧିକରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଇତିମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ରୋଗ ନିରାକରଣ ପାଇଁ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଥୁରା, ମୈନପୁରୀ ଏବଂ ଫିରୋଜାବାଦ ଜିଲ୍ଲାରେ ସ୍ବତନ୍ତ୍ର ମେଡିକାଲ ଟିମ୍ ମୁତୟନ ହୋଇଛନ୍ତି। ଅଜଣା ଜ୍ବରକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଲାଗି ରହିଛି।
ୟୁପିରେ ଆତଙ୍କ: ୩୨ ଶିଶୁଙ୍କ ଜୀବନ ନେଲାଣି ଡେଙ୍ଗୁ ଓ ଭାଇରାଲ୍ ଜ୍ବର
ଗୋଟିଏ ଦିନରେ ୧୨ ଜଣଙ୍କ ମୃତ୍ୟୁ