ଓଡ଼ିଶା ସମେତ ଅନ୍ୟ ୧୧ଟି ରାଜ୍ୟରେ ବଢୁଥିବା ସେରୋଟାଇପ୍-୨ ଡେଙ୍ଗୁ ମାମଲାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ: ଦେଶରେ ବଢୁଥିବା ଡେଙ୍ଗୁ ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ଶନିବାର ଦିନ କେନ୍ଦ୍ର ସରକାର ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇଥିଲେ । ଏହି ବୈଠକରେ ଦେଶର ୧୧ଟି ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ବିଷୟରେ ଆଲୋଚନା ହୋଇଥିଲା। କ୍ୟାବିନେଟ ସଚିବ ରାଜୀବ ଗୌବା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନଙ୍କୁ ସେରୋଟାଇପ୍-୨ ଡେଙ୍ଗୁରେ ସୃଷ୍ଟି ହେଉଥିବା ଆହ୍ୱାନକୁ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଡେଙ୍ଗୁ ରୋଗୀ ଚିହ୍ନଟ, ପରୀକ୍ଷା, ମଶା ଲାର୍ଭା ନିୟନ୍ତ୍ରଣ, ରକ୍ତ ବ୍ୟାଙ୍କରେ ରକ୍ତ ଉପଲବ୍ଧତା ଇତ୍ୟାଦି ଉପରେ ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଡେଙ୍ଗୁ ରୋକିବା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରିବାକୁ କହିଛନ୍ତି । ସୂଚନା ଥାଉ କି ଯେ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ ଭଳି ୧୧ ଟି ରାଜ୍ୟରେ ଅଧିକ ଡେଙ୍ଗୁ ରୋଗୀ ଦେଖିବାକୁ ମିଳିଛି |

ଏହାପୂର୍ବରୁ ସେପ୍ଟେମ୍ବର ୧୦ରେ ଦେଶରେ ବୃଦ୍ଧି ପାଉଥିବା ଡେଙ୍ଗୁ ରୋଗ ସମ୍ପର୍କରେ କେନ୍ଦ୍ର ରାଜ୍ୟ ସରକାରଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କୁ ବହୁ ଜନସମାଗମ ବାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର