ଡେଙ୍ଗୁ ଆକ୍ରାନ୍ତ ଶିଶୁ ମୃତ: ଦୁଇ ସପ୍ତାହ ଆଇସିୟୁରେ ରହିଥିବା ଯୋଗୁଁ ପିତାମାତାଙ୍କୁ ୧୬ ଲକ୍ଷ ଟଙ୍କାର ବିଲ୍‌

ନୂଆଦିଲ୍ଲୀ: ୧୫ ଦିନ ଆଇସିୟୁରେ ରହିଥିବା କାରଣରୁ ଜଣେ ୭ ବର୍ଷୀୟ ଡେଙ୍ଗୁ ରୋଗୀର ପିତାମାତାଙ୍କୁ ଫର୍ଟିସ୍‌ ମେମୋରିଆଲ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଗୁରୁଗ୍ରାମ) ୧୬ ଲକ୍ଷ ଟଙ୍କାର ବିଲ୍‌ ଦେଇଛି। କିନ୍ତୁ, ଫର୍ଟିସ୍‌ରୁ ରକ୍‌ଲ୍ୟାଣ୍ଡ୍‌ ହସ୍‌ପିଟାଲ୍‌ ସ୍ଥାନାନ୍ତର ହେବା ବେଳେ ତା’ର ମୃତ୍ୟୁ ଘଟିଥିଲା।

ସାମାଜିକ ଗଣମାଧ୍ୟମ ସାଇଟ୍‌ଗୁଡ଼ିକରେ ହୋହଲ୍ଲା ସୃଷ୍ଟି ହେବାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୋମବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ ପି ନାଡ୍ଡା ସେ ଦୁଃଖୀ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି।

କୌଣସି ତ୍ରୁଟି କରିଥିବା କଥା ଫର୍ଟିସ୍‌ ଅସ୍ୱୀକାର କରିଛି। ସେ କହିଛି ଯେ ଆଦ୍ୟ ସିଂହଙ୍କ ଚିକିତ୍ସାରେ ସମସ୍ତ ଷ୍ଟାଣ୍ଡାର୍ଡ ମେଡିକାଲ୍‌ ପ୍ରୋଟୋକଲ୍‌ ଅନୁସରଣ କରାଯାଇଛି ଏବଂ ତାହା ପୁଣି ସମସ୍ତ କ୍ଲିନିକାଲ୍‌ ଗାଇଡ୍‌ ଲାଇନ୍‌ ଅନୁସାରେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଏକ ବିସ୍ତତ ସ୍ପଷ୍ଟିକରଣରେ ଫର୍ଟିସ୍‌ କହିଛି: ୧୫. ୯୭ ଲକ୍ଷ ଟଙ୍କା ଏ ବାବଦରେ ବିଲ୍‌ କରାଯାଇଛି।

ନଭେମ୍ବର ୧୭ ତାରିଖ ଦିନ ମୃତ କନ୍ୟା ବାପାଙ୍କର ଜଣେ ବନ୍ଧୁ ଟୁଇଟର୍‌ରେ ଏକ ପୋଷ୍ଟ୍‍ କରିବା ପରେ ଏ ପ୍ରସଙ୍ଗ ଆରମ୍ଭ ହୋଇଥିଲା। ମୋର ଜଣେ ପଢ଼ା-ସାଥିଙ୍କର ୭ ବର୍ଷୀୟ ଝିଅ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଫର୍ଟିସ୍‌ ହସ୍‌ପିଟାଲ୍‌ରେ ପଡ଼ିଥିଲା। ୨୭୦୦ଟି ଗ୍ଲୋଭ୍‌ସ୍‌କୁ ମିଶାଇ ୧୮ ଲକ୍ଷ ଟଙ୍କା ବିଲ୍‌ ଆସିଛି। ଶେଷକୁ ଝିଅଟି ମରିଗଲା। କରପ୍‌ଟ୍‌ ଏ ******* ବୋଲି ସେ ଲେଖିଥିଲେ। ଚାରି ଦିନରେ ସେ ମେସେଜ୍‌ ୯୦୦୦ ଥର ରିଟୁଇଟ୍‌ ହୋଇଥିଲା। ଫଳତଃ ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ଜବାବ ମାଗି ନାଡ୍ଡା ଟୁଇଟ୍‌ କରି ଲେଖିଥିଲେ: ଦୟାକରି [email protected]ରେ ମୋତେ ସବିସ୍ତାର ବିବରଣୀ ପଠାନ୍ତୁ। ଆବଶ୍ୟକ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Image Courtesy of TOI

ଦ୍ୱାରକାରେ ବସବାସ କରୁଥିବା ମୃତ ଶିଶୁର ପିତା ଆଇଟି କର୍ମଚାରୀ ଜୟନ୍ତ ସିଂହ କହନ୍ତି: ସେମାନଙ୍କୁ ଡାକ୍ତରଖାନା ତରଫରୁ ଭୁଅାଁବୁଲା ଯାଇଛି। ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସେମାନେ ରୋଗୀମାନଙ୍କ ପ୍ରତି ଆଉ ଏ ଭଳି ବ୍ୟାପାର କରନ୍ତେ ନାହିଁ। ଝିଅ ଆଦ୍ୟାର ଚିକିତ୍ସା ଖର୍ଚ୍ଚ ଦେବା ପାଇଁ ସେ ନିଜ ପରିବାରବର୍ଗ ଏବଂ ନିଜ ସଞ୍ଚୟ ସହ ସେ ୫ ଲକ୍ଷ ଟଙ୍କାର ପର୍ସନାଲ୍‌ ଲୋନ୍‌ କରିଛନ୍ତି, କିନ୍ତୁ ଝିଅ ଆଉ ନାହିଁ।

ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଆଦ୍ୟାକୁ ୨୭ ତାରିଖ ଦିନ ପ୍ରବଳ ଜ୍ୱର ହେଲା। ଦୁଇ ଦିନ ପରେ ଜ୍ୱର ନ ଓହ୍ଲାଇବାରୁ ପରିବାରବର୍ଗ ତାକୁ ତୁରନ୍ତ ଦ୍ୱାରକାସ୍ଥିତ ରକ୍‌ଲାଣ୍ଡ୍‌ ହସ୍‌ପିଟାଲ୍‌କୁ ନେଇଗଲେ। ପରୀକ୍ଷାରୁ ଜଣାପଡ଼ିଲା ତାଙ୍କୁ ଡେଙ୍ଗୁ ହୋଇଛି। କିନ୍ତୁ, ରକ୍‌ଲାଣ୍ଡ୍‌ରେ ତା’ର ସ୍ୱାସ୍ଥ୍ୟାବସ୍ଥା କ୍ରମେ ଖରାପ ହେବାରୁ ଅଗଷ୍ଟ ୩୧ ତାରିଖ ଦିନ ସିଂହ ତାକୁ ଗୁରୁଗ୍ରାମସ୍ଥିତ ଫର୍ଟିସ୍‌ ହସ୍‌ପିଟାଲ୍‌କୁ ନେଇ ଯାଇଥିଲେ। ପ୍ଲେଟ୍‌ଲେଟ୍‌ କାଉଣ୍ଟ୍‌ ହ୍ରାସ ଘଟି ଚାଲିବାରୁ ତା’ ନାଡ଼ୀରେ ତରଳ ପଦାର୍ଥ ଏବଂ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ଉପକରଣ ଯୋଗେ ଚିକିତ୍ସା ଆରମ୍ଭ କରାଯାଇଥିଲା। କିନ୍ତୁ ଆଦ୍ୟାର ପରିସ୍ଥିତିରେ ଉନ୍ନତି ଦେଖା ନ ଦେବାରୁ ତାକୁ ମେକାନିକାଲ୍‌ ଭେଣ୍ଟିଲେସନ୍‌ରେ ରଖା ଯାଇ ଥିଲା।

ଲାଇଫ୍‌ ସପୋର୍ଟରେ ସେ ୧୦ ଦିନ ରହିଥିଲା ବୋଲି ତାଙ୍କ ପରିବାର ଲୋକେ କହୁଛନ୍ତି। ସେତେବେଳେ ଡାକ୍ତରଖାନା ତାଙ୍କୁ ବହୁ ଅଙ୍କର ବିଲ୍‌ ଦେଇଥିଲା। ସେମାନଙ୍କୁ ୧୬୦୦୦ ଗ୍ଲୋଭ୍‌ସ୍‌, ୬୬୦ ସିରିଞ୍ଜ୍‌, ଦାମିକା ଆଣ୍ଟିବାୟୋଟିକ୍‌ ଏବଂ ସୁଗାର୍‌ ଷ୍ଟ୍ରାଇପ୍‌ ଆଦି ପାଇଁ ଅର୍ଥ ଦେବାକୁ ପଡ଼ିଥିଲା।

ଶେଷରେ ସେପ୍ଟେମ୍ବର ୧୪ ତାରିଖ ଦିନ ଏମ୍‌ଆର୍‌ଆଇ କରାଯିବା ପରେ ତା’ ମସ୍ତିଷ୍କ ଭୀଷଣ କ୍ଷତିଗ୍ରସ୍ତ ହୋଇଥିବା କଥା ଜଣାପଡ଼ିବା ପରେ ଡାକ୍ତରମାନେ ଆଶା ଛାଡ଼ି ଦେଇଥିଲେ। ତା’ପରେ ତାକୁ ଅନ୍ୟ ଡାକ୍ତରଖାନାକୁ ନେବାକୁ ସ୍ଥିର କରାଗଲା କିନ୍ତୁ, ଆମ୍ବୁଲାନ୍‌ସ୍‌ଟିଏ ଦେବକୁ ମଧ୍ୟ ଡାକ୍ତରମାନେ ମନା କରିଦେଲେ। ସେପ୍ଟେମ୍ବର ୧୪-୧୫ ମଧ୍ୟରାତ୍ରୀରେ ରକ୍‌ଲାଣ୍ଡ୍‌ ହସ୍‌ପିଟାଲ୍‌ରେ ଆଦ୍ୟାକୁ ମୃତ ଘୋଷଣା କରାଗଲା।

ସମ୍ବନ୍ଧିତ ଖବର