ରକ୍ତ ବଦଳରେ ଫଳରସ ଦେବାରୁ ଡେଙ୍ଗୁ ରୋଗୀ ମୃତ

ପ୍ରୟାଗରାଜ : ଉତ୍ତରପ୍ରଦେଶରେ ଏକ ଅଦ୍ଭୁତ ପ୍ରକାରର ମାମଲା ସାମନାକୁ ଆସିଛି । ରାଜ୍ୟର ପ୍ରୟାଗରାଜ ଜିଲ୍ଲାରେ ରକ୍ତ ପ୍ଲେଟଲେଟ୍ ବଦଳରେ ଫଳ ରସ ଦିଆଯିବା ଫଳରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଜଣାପଡ଼ିବା ପରେ ଅତି କମରେ ୧୦ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପୋଲିସ ନଗଦ ଟଙ୍କା ସହିତ ୧୮ ପାଉଚ୍ ପ୍ଲାଜମା ଏବଂ ତିନୋଟି ପାଉଚ୍ ସନ୍ଦିଗ୍ଧ ପ୍ଲେଟଲେଟ୍ ଜବତ କରିଛି ।

ଏସବୁ ପଛରେ ଏକ ନେକ୍ସସ କାମ କରୁଥିବା ପୁଲିସ ସଂଦେହ କରୁଛି । ତେବେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି । ଡେଙ୍ଗୁ ରୋଗୀଙ୍କୁ ଫଳରସ କିମ୍ବା ଅନ୍ୟ କୌଣସି ସାମଗ୍ରୀ ଦିଆଯାଇଥିଲା ତାହା ପୁଲିସ ତଦନ୍ତ କରୁଛି ।

ନକଲି ପ୍ଲାଜମା ରାକେଟ ସଂପର୍କରେ ତଦନ୍ତ ପାଇଁ ଉତ୍ତରପ୍ରଦେଶ ପୁଲିସ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଛି ଓ ତଦନ୍ତ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର