ହିନ୍ଦୁ ଶ୍ମଶାନରେ ମୁସ୍‌ଲିମ ବ୍ୟକ୍ତିଙ୍କୁ କବର

ହାଇଦ୍ରାବାଦ: ହୃଦ୍‌ରୋଗରେ ମୃତ୍ୟୁବରଣ କରିଥିବା ଜଣେ ମୁସ୍‌ଲିମ ବ୍ୟକ୍ତିଙ୍କୁ କବର ଦେବାକୁ ମୁସ୍‌ଲିମ କବରଖାନା ପକ୍ଷରୁ ମନା କରିଦିଆଯିବା ପରେ ଶେଷରେ ଏକ ହିନ୍ଦୁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ହାଇଦ୍ରାବାଦର ଖାଜା ମିଆଁ (୫୫)ଙ୍କର ହୃଦ୍‌ରୋଗରେ ମୃତ୍ୟୁ ହୋଇଥିଲା। ମାତ୍ର ତାଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ୬ଟି କବରଖାନାର ମାଲିକମାନେ ତାଙ୍କର ଶବ ଫେରାଇ ଦେଇଥିଲେ।

ଖାଜା ମିଆଁଙ୍କ ଶବ କବରଖାନାରୁ‌ ଫେରିବା ପରେ ଦୁଇ ଜଣ ହିନ୍ଦୁ ଯୁବକ ଶେଖର ଓ ସନ୍ଦୀପ ତାଙ୍କ ଶବକୁ ଏକ ହିନ୍ଦୁ ଶ୍ମଶାନରେ ସତ୍କାର କରାଇଥିଲେ। ସେଇ କବରଖାନା ମାଲିକମାନଙ୍କ ଉପରେ ୱାକଫ୍‌ ବୋର୍ଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି। ଅପରପକ୍ଷେ, ଏହି ଘଟଣାକୁ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଅୱେସି ନିନ୍ଦା କରିବା ସହ ମୁସ୍‌ଲିମ ଭାଇମାନେ ଏଭଳି ଅମାନବୀୟ କାର୍ଯ୍ୟ ନ କରିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର