‘ଦୁଷ୍କର୍ମ’କୁ ପ୍ରେତ୍ସାହିତ କରୁଥିବା ଡିଓଡ୍ରାଣ୍ଟ୍ ବିଜ୍ଞାପନକୁ ନେଇ ବିବାଦ, ହଟାଇବାକୁ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ : ଗୋଟିଏ ବ୍ରାଣ୍ଡର ଆପତ୍ତିଜନକ ଓ ଅଶ୍ଳିଳ ବିଜ୍ଞାପନକୁ ନେଇ ଦେଶରେ ବିବାଦ ସୃଷ୍ଟି ହୋଇଛି । ଏହି ବ୍ରାଣ୍ଡର ଦୁଇଟି ଭିଡିଓ ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ଅସନ୍ତୋଷ ସୃଷ୍ଟିହୋଇଛି । ଏହା ଦେଶରେ ଦୁଷ୍କର୍ମ ସଂସ୍କୃତିକୁ ପ୍ରେତ୍ସାହିତ କରୁଛି ବୋଲି କେତେକ ଲୋକ ଅଭିଯୋଗ କରିବା ପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ହେବା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ହସ୍ତକ୍ଷେପ କରାଯାଇ ଉକ୍ତ ବିଜ୍ଞାପନଦୁଇଟିକୁ ହଟାଇ ଦିଆଯାଇଛି ।

 

ମିଳିଥିବା ସୂଚନା ଅନୁସାରେ ଲେୟର କମ୍ପାନିର ଡିଓଡ୍ରାଣ୍ଟ ‘ସଟ୍’କୁ ନେଇ ଏହି ବିବାଦ ଦେଖାଦେଇଛି । ଗୋଟିଏ ବିଜ୍ଞାପନରେ କିଛି ଯୁବକ ଶେଷ ‘ସଟ୍’କୁ କିଏ ନେବ ସେ ସମ୍ପର୍କରେ ଆଲୋଚନା କରୁଛନ୍ତି । କିନ୍ତୁ ଡିଓଡ୍ରାଣ୍ଟ ଦେଖାଇବା ବଦଳରେ ତାହା ଜଣେ ଯୁବତୀକୁ ଦେଖାଉଛି ।

 

 

ଆଉ ଏକ ବିଜ୍ଞାପନରେ କିଛି ଯୁବକ ଏକ ଯୋଡ଼ା ଯୁବକଯୁବତୀଙ୍କ ବେଡରୁମକୁ ପ୍ରବେଶ କରି କିଏ ସଟ୍ ନେବ ସେ ସମ୍ପର୍କରେ ଆଲୋଚନା କରୁଛନ୍ତି । ଏହା ଶୁଣି ଯୁବତୀ ଜଣକ ଡରିଯାଉଛି । ତେବେ ପରେ ସେମାନେ ଡିଓଡ୍ରାଣ୍ଟ ‘ସଟ୍’ ସଂପର୍କରେ କଥା ହେଉଥିବା ଦେଖାଯାଉଛି ।

ଏହି ଦୁଇଟି ବିଜ୍ଞାପନକୁ ନେଇ ବିବାଦ ଦେଖାଯିବା ପରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିଓ୍ବାଲ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଏକ ପତ୍ର ଲେଖି ଏହି ଅରୁଚିକର ଓ ଅଶ୍ଳିଳ ବିଜ୍ଞାପନକୁ ହଟାଇବାକୁ ଅନୁରୋଧ କରିଥିଲେ । ସେ ମଧ୍ୟ ଏହାକୁ ନେଇ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରିଛନ୍ତି ।

 

ସମ୍ବନ୍ଧିତ ଖବର