ଦେଓରିଆ(ଉତ୍ତରପ୍ରଦେଶ): ଶାଶୁ ଘରେ ପହଞ୍ଚିବାର ୨୦ମିନିଟ୍ ପରେ ଭାଙ୍ଗିଲା ବିବାହ। ୨୪ଘଣ୍ଟା ଭିତରେ ହେଲା ଛାଡ଼ପତ୍ର। ଧାର୍ଯ୍ୟ ସମୟରେ ବରଯାତ୍ରୀ ପହଞ୍ଚିବା ସହ ସବୁ ରୀତିନୀତି ଅନୁଯାୟୀ ହୋଇଥିଲା ବିବାହ। ଝିଅ ବିଦା ହୋଇ ଯାଇଥିଲା ଶାଶୁଘର। ଝିଅ ବାହା ଦେଇ ଖୁସିଥିଲେ ପରିବ‌ାର ଲୋକେ। ହେଲେ ଶାଶୁଘରେ ପହଞ୍ଚିବାର ୨ହମିନିଟ୍ ପ‌ରେ ଯେଉଁ ଖବର ଆସିଥିଲା, ତାହା ଝିଅର ବାପଘର ଲୋକଙ୍କୁ ଦୋହଲାଇ ଦେଇଥିଲା। ଶାଶୁ ଘରେ ପହଞ୍ଚିବା ପରେ ପରେ ମୁଁ ଏଠରେ ରହିବାକୁ ଚାହୁଁନାହିଁ ବୋଲି କହି ଘରକୁ ଆସିବାକୁ ବାହାରିଥିଲା କନ୍ୟା। ଶେଷରେ ବିବ‌ାହର ୪ଦିନ ପରେ ଛାଡ଼ପତ୍ର ହୋଇଥିଲା ବୋଲି ଜଣାପଡ଼ିଛି।

Advertisment

ଶାଶୁ ଘରେ ପହଞ୍ଚିବାର ୨୦ମିନିଟ୍ ପରେ ଭାଙ୍ଗିଲା ବିବାହ

ସୂଚନା ମୁତାବକ, ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଦେଓରିଆରେ। ନଭେମ୍ବର ୨୫ରେ ଭାଲୁଆନିର ବିଶାଲ ମଧେସିଆ ସଲେମପୁରର ପୂଜାଙ୍କୁ ବିବାହ କରିଥିଲେ। ସନ୍ଧ୍ୟା ୭ଟାରେ ବରଯାତ୍ରୀ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ବିବାହ କାର୍ଯ୍ୟକ୍ରମ। ରୀତିନୀତି ଅନୁଯାୟୀ ବିବାହ ସରିବା ପରେ ଝିଅ ବିଦା ହୋଇଥିଲା। ସ୍ବାମୀଙ୍କ ସହିତ ପୂଜା ଶାଶୁ ଘରେ ପହଞ୍ଚିଲେ ଏବଂ ତା’ପରେ ତାଙ୍କୁ ତାଙ୍କ ନୂତନ ରୁମ୍‌କୁ ନିଆଯାଇଥିଲା। କିନ୍ତୁ ୨୦ ମିନିଟ୍ ପରେ, ସେ ରୁମ୍‌ରୁ ବାହାରକୁ ଆସି କହିଲେ ଯେ, ସେ ତାଙ୍କ ସ୍ୱାମୀଙ୍କ ସହିତ ରହିବାକୁ ଚାହାଁନ୍ତି ନାହିଁ। ସମସ୍ତେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ସେ ବୁଝି ନଥିଲେ। ପୂଜା ଥଟ୍ଟା କରୁଛନ୍ତି ବୋଲି ପ୍ରଥମେ ଶାଶୁଘର ଲୋକ ଭାବିଥିଲେ। ହେଲେ ସେ ବାପ ଘରକୁ ଯିବି ବୋଲି ଅଡି ବସିଥିଲେ। କାରଣ ପଚରାଯାଇଥିଲେ ବି ସେ କୌଣସି କାରଣ ଦେଇନଥିଲେ।  

ବିବାହର ୨୪ଘଣ୍ଟା ଭିତରେ ହେଲା ଛାଡ଼ପତ୍ର

ଏହା ପରେ ପୂଜାଙ୍କ ବାପ ଘର ଲୋକଙ୍କୁ ଡକାଯାଇଥିଲା। ସେମାନେ ମଧ୍ୟ ପୂଜାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ପୂଜା ରାଜି ହୋଇନଥିଲେ। ଶେଷ‌ରେ ପଞ୍ଚାୟତ ଡକାଯାଇଥିଲା। ପ୍ରାୟ ୫ଘଣ୍ଟା ଧରି ଦୁଇ ପକ୍ଷ ବସି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ହେଲେ ପୂଜା ବିଶାଲଙ୍କ ସହ ରହିବାକୁ ରାଜି ହୋଇନଥିଲେ। ‌ଶେଷରେ ଦୁହିଁଙ୍କ ଛାଡ଼ପତ୍ର ହେଉ ବୋଲି ପଞ୍ଚାୟତ ନିଷ୍ପତ୍ତି ନେଇଥିଲା। ଏହା ସହ ଏକ ଲିଖିତ ଚୁକ୍ତିନାମା ପ୍ରସ୍ତୁତ କରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ବିବାହ ପାରସ୍ପରିକ ସହମତିରେ ସମାପ୍ତ ହୋଇଛି।

ଆହୁରି ପଢ଼ନ୍ତୁ: 35 Students Hospitalised ପିଏମଶ୍ରୀ ବିଦ୍ୟାଳୟର ୪୧  ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ, ୩୫ ଡାକ୍ତରଖାନାରେ ଭର୍ତ୍ତି