‘ଅଗ୍ନିପଥ’ ଯୋଜନାକୁ ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗର ସମର୍ଥନ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ଥଳସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ପାଇଁ ‘ଅଗ୍ନିପଥ’ ନାମକ ଏକ ଅଖିଳ ଭାରତୀୟ ଯୋଗ୍ୟତା ଆଧାରିତ ନିଯୁକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଆଗାମୀ ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଭାରତ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରୁଛି। ସଶସ୍ତ୍ର ବଳକୁ ଏକ ଯୁବ ପ୍ରୋଫାଇଲ୍‌ ପ୍ରଦାନ କରିବା ଦିଗରେ ଏହା ଏକ ପରିବର୍ତ୍ତନକାରୀ ପଦକ୍ଷେପ। ଏହି ଯୋଜନା ଅନ୍ତର୍ଗତ ଯୁବକମାନଙ୍କୁ ‘ଅଗ୍ନିବୀର’ ଭାବରେ ସଶସ୍ତ୍ର ବଳରେ ନିଜର ସେବା ପ୍ରଦାନ କରିବାର ସୁଯୋଗ ମିଳିପାରିବ। ୧୭.୫ରୁ ୨୧ ବର୍ଷର ଯୁବକମାନଙ୍କୁ ଅଗ୍ନିବୀର ଭାବରେ ଚୟନ କରାଯିବ। ଯେଉଁ ପ୍ରାର୍ଥୀ ୧୦ମ/୧୨ଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବେ, ଏହି ଚୟନ ପ୍ରକ୍ରିୟା ପାଇଁ ଆବେଦନ କରିପାରିବେ।

ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ ନିଜର ସ୍ବାୟତ୍ତ ସଂସ୍ଥାନ, ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ ଶିକ୍ଷା ସଂସ୍ଥାନ (ଏନ୍‌ଆଇଓଏସ୍‌) ମାଧ୍ୟମରେ ପ୍ରତିରକ୍ଷା ପ୍ରାଧିକରଣର ପରାମର୍ଶ କ୍ରମେ ଏକ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ କରୁଛି। ଏଥିରେ ଯେଉଁ ଅଗ୍ନିବୀରମାନେ ୧୦ମ ଶ୍ରେଣୀ ପାସ୍ କରିଛନ୍ତି, ଅନୁକୂଳିତ ପାଠ୍ୟକ୍ରମ ମାଧ୍ୟମରେ ନିଜର ଶିକ୍ଷାକୁ ଆଗକୁ ବଢ଼ାଇ ସେମାନେ ୧୨ଶ ଶ୍ରେଣୀ ପାସ୍ ପ୍ରମାଣପତ୍ର ପ୍ରାପ୍ତ କରିପାରିବେ। ଏହା ଅଗ୍ନିବୀରଙ୍କ ପାଇଁ ପର୍ଯ୍ୟାପ୍ତ ଶିକ୍ଷଣ ଯୋଗ୍ୟତା ଏବଂ କୌଶଳ ପ୍ରାପ୍ତ କରିବା ଦିଗରେ ଲାଭଦାୟକ ହେବ। ଏନ୍‌ଆଇଓଏସ୍‌ର ଏହି ବିଶେଷ କାର୍ଯ୍ୟକ୍ରମ ନାମାଙ୍କନ, ପାଠ୍ୟକ୍ରମର ବିକାଶ, ଛାତ୍ର ସହାୟତା, ସ୍ବଶିକ୍ଷଣ ସାମଗ୍ରୀ, ଅଧ୍ୟୟନ କେନ୍ଦ୍ରର ମାନ୍ୟତା, ବ୍ୟକ୍ତିଗତ ସମ୍ପର୍କ, ମୂଲ୍ୟାଙ୍କନ ଏବଂ ପ୍ରମାଣନର ସୁବିଧା ପ୍ରଦାନ କରିବ। ଏନ୍‌ଆଇଓଏସ୍‌ର ଓପନ୍ ସ୍କୁଲିଂ ପ୍ରଣାଳୀ ୟୁଜରଙ୍କ ପାଇଁ ବହୁତ ଅନୁକୂଳ ଏବଂ ଏହା ସମସ୍ତଙ୍କ ପାଇଁ ସୁଲଭ। ଅଗ୍ନିପଥ ଯୋଜନା ଅନ୍ତର୍ଗତ ସମସ୍ତ ଅଗ୍ନିବୀରଙ୍କ ପାଇଁ ଏହାର ଦ୍ବାର ସର୍ବଦା ଖୋଲା ରହିଛି।

ସମ୍ବନ୍ଧିତ ଖବର