ଦୁଇ ବର୍ଷ ମଧ୍ୟରେ ବୀମା କମ୍ପାନି କରିବ ଡାକ ବିଭାଗ: ଯୋଗାଯୋଗ ମନ୍ତ୍ରୀ

ନୂଆଦିଲ୍ଲୀ: ପେମେଣ୍ଟ୍‌ ବ୍ୟାଙ୍କ୍‌ ଏବଂ ପାର୍ସଲ୍‌ ଡାଇରେକ୍ଟୋରେଟ୍‌ ଆରମ୍ଭ କରିବା ପରେ ଡାକ ବିଭାଗ ଏକ ବିମା କମ୍ପାନି ଗଠନ କରିବାକୁ କାର୍ଯ୍ୟ କରୁଛି ବୋଲି ଯୋଗାଯୋଗ ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି।

ସିହ୍ନା କହିଛନ୍ତି: ଡାକ ବିଭାଗ ଏବେ ନିଜର ପୁନର୍ବତାର କରାଉଛି। ନିଜ ବ୍ୟବସାୟକୁ ପାର୍ସଲ୍‌ ଡାଇରେକ୍ଟୋରେଟ୍‌ ଓ ପେମେଣ୍ଟ୍‌ ବ୍ୟାଙ୍କ୍‌ରେ ପରିବର୍ତ୍ତନ କରିବା ପରେ ବିଭାଗ ସ୍ୱତନ୍ତ୍ର ବ୍ୟବସାୟ ୟୁନିଟ୍‌ ରୂପେ ଦୁଇ ବର୍ଷ ମଧ୍ୟରେ ଏକ ବୀମା କମ୍ପାନି ଗଠନ କରିବାକୁ ସ୍ଥିର କରିଛି।

ବୀମା ୟୁନିଟ୍‌ ଗଠନ ପାଇଁ ପରାମର୍ଶଦାତା ନିଯୁକ୍ତି କରବା ନିମନ୍ତେ ଅନୁରୋଧ ପ୍ରସ୍ତାବକୁ ଆସନ୍ତା କେତେ ସପ୍ତାହ ମଧ୍ୟରେ ପୂରଣ କରାଯିବ।
ଏବେ ସମ୍ପୂର୍ଣ୍ଣ ଡାକ ବିଭାଗ ବଦଳି ଯାଉଥିବା କଥା ସିହ୍ନା କହିଛନ୍ତି।

ସମ୍ବନ୍ଧିତ ଖବର