ନୂଆଦିଲ୍ଲୀ : ରୋହିଙ୍ଗ୍ୟା ଶରଣାର୍ଥୀ ମାନଙ୍କ ବାବଦରେ କଣ କରାଯିବ ତାହାର ନିଷ୍ପତ୍ତି ନେବାର ଦାୟିତ୍ୱ କାର୍ଯ୍ୟପାଳିକା ଉପରେ ଛାଡିଦିଆଯାଉ ବୋଲି କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ମତ ରଖିଛନ୍ତି । ଅନ୍ୟପକ୍ଷରେ ରୋହିଙ୍ଗ୍ୟା ମାନଙ୍କର ପକ୍ଷ ରଖୁଥିବା ଓକିଲ କହିଛନ୍ତି ଏହି ଶରଣାର୍ଥୀମାନଙ୍କୁ ଘଉଡାଇବାକୁ ସୀମାରେ ବିଏସଏଫ ଜଓ୍ଵାନମାନେ ବିଦ୍ୟୁତ ଆଘାତ ଦେଉଥିବା ଷ୍ଟନ ଗନ ଚଳାଉଛନ୍ତି, ଲଙ୍କା ଗୁଣ୍ଡ ସ୍ପ୍ରେ କରୁଛନ୍ତି । ଏହା ମାନବ ଅଧିକାରର ଉଲ୍ଲଙ୍ଘନ । ମାମଲାର ପରବର୍ତ୍ତି ଶୁଣାଣୀ ଆସନ୍ତା ମାର୍ଚ୍ଚ ୭ ତାରିଖରେ ହେବ । ଜାତୀୟ ନିରାପତ୍ତା ବିପନ୍ନ ହେବା ଆଶଙ୍କା ଥିବାରୁ ଦେଶରେ ଥିବା ପ୍ରାୟ ୪୦,୦୦୦ ରୋହିଙ୍ଗ୍ୟା ଅନୁପ୍ରବେଶକାରୀମାନଙ୍କୁ ବହିଷ୍କାର କରିବା ପାଇଁ କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟରେ ନିଷ୍ପତ୍ତି ନେଇଥିଲେ। ଏହି ଶରଣାର୍ଥୀମାନଙ୍କର ଆତଙ୍କବାଦୀ ସଂଗଠନ ଆର୍ସା ସହ ସଂପର୍କ ଥିବା ଗୁଇନ୍ଦା ରିପୋର୍ଟ ଥିବା ସରକାର କୋର୍ଟଙ୍କୁ ଜଣାଇଛନ୍ତି । ତେବେ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ମାନବ ଅଧିକାର ସଂଗଠନଗୁଡ଼ିକ ବିରୋଧ କରୁଛନ୍ତି ।
ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ସଂପର୍କରେ ନିଷ୍ପତ୍ତି କାର୍ଯ୍ୟପାଳିକା ଉପରେ ଛାଡ଼ିଦିଆଯାଉ : ସରକାର
/sambad/media/post_attachments/wp-content/uploads/2017/11/rohingya-muslims-1486125908-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)