ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଚାନ୍ଦା ସଂଗ୍ରହ ଅଭିଯୋଗରେ ୧୪ ଯୁବକଙ୍କୁ ଗିରଫ କଲା ଏନଆଇଏ

ଚେନ୍ନାଇ : ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଚାନ୍ଦା ସଂଗ୍ରହ ଅଭିଯୋଗରେ ତାମିଲନାଡୁର ୧୪ ଜଣ ଯୁବକଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଗିରଫ କରିଛି । ଏମାନେ ୟୁଏଇରେ ରହି ଭାରତରେ ଆତଙ୍କବାଦୀ କାର୍ଯ୍ୟ ପାଇଁ ଚାନ୍ଦା ସଂଗ୍ରହ କରୁଥିଲେ । ଏହା ଜଣାପଡିବା ପରେ ୟୁଏଇ ସରକାର ସେମାନଙ୍କୁ ଗିରଫ କରି ଭାରତ ସରକାରଙ୍କୁ ପ୍ରତ୍ୟାର୍ପଣ କରିଥିଲେ । ଭାରତକୁ ପ୍ରତ୍ୟାର୍ପଣ କରିବା ପରେ ସେମାନଙ୍କୁ ଏନଆଇଏ ଗିରଫ କରି ପ୍ରଥମେ ସେମାନଙ୍କୁ ଦିଲ୍ଲୀର ଏକ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଏନଆଇଏ ସେମାନଙ୍କୁ ରିମାଣ୍ଡରେ ଆଣି ସେମାନଙ୍କ ଗୃହ ପ୍ରଦେଶ ତାମିଲନାଡୁକୁ ଅଣାଯାଇ ଚେନ୍ନାଇ ନିକଟରେ ଥିବା ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ହାଜିର କରାଯାଇଥିଲା ।
ଏନଆଇଏର ପ୍ରାରମ୍ଭିକ ତଦନ୍ତ ଅନୁସାରେ ଏହି ଯୁବକମାନେ ଇସ୍ଲାମିକ ଷ୍ଟେଟ ଓ ଅଲ କାଇଦା ଦ୍ୱାରା ଅନୁପ୍ରାଣିତ । ସେମାନେ ଭାରତରେ ଏକ ଇସ୍ଲାମିକ ଷ୍ଟେଟ ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଥିଲେ ।

ସମ୍ବନ୍ଧିତ ଖବର