କାର୍ତିଙ୍କୁ କହିଲେ ସୁପ୍ରିମ୍‌ କୋର୍ଟ: ୧୦ କୋଟି ଟଙ୍କା ଜମା କରି ବିଦେଶ ଭ୍ରମଣରେ ଯାଅ

ନୂଆଦିଲ୍ଲୀ: ଏୟାର୍‌ସେଲ୍‌-ମାକ୍‌ସିସ୍‌ ମାମଲାରେ ଅଭିଯୁକ୍ତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପୁତ୍ର କାର୍ତି ଚିଦାମ୍ବରମ୍‌ଙ୍କୁ ବିଦେଶ ଭ୍ରମଣ ଲାଗି ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ଅନୁମତି ଦେଇଛନ୍ତି।

ଏଥିଲାଗି ସୁପ୍ରିମ୍‌ କୋର୍ଟଙ୍କ ରେଜିଷ୍ଟ୍ରି ଠାରେ ୧୦ କୋଟି ଟଙ୍କାର ସି୍ୟୁରେଟି ଜମା ଦେବାକୁ ମଧ୍ୟ ଅଦାଲତ କାର୍ତିଙ୍କୁ ନିର୍ଦେଶ ଦେଇଛନ୍ତି।

ଆଇନ୍‌ ସହିତ ନ ଖେଳି ଆଇଏନ୍‌ଏକ୍ସ ଓ ଏୟାର୍‌ସେଲ୍‌ ମ୍ୟାକ୍ସସିସ୍‌ ମାମଲାରେ ପଚରା ଉଚୁରା ଲାଗି ମାର୍ଚ ୫, ୬, ୭ ଏବଂ ୧୨ ତାରିଖ ଦିନ ପ୍ରବର୍ତ୍ତନ ନିର୍ଦେଶାଳୟରେ ସମ୍ମୁଖୀନ ହେବା ଲାଗି କାର୍ତିଙ୍କୁ କହିବା ସହ ସୁପ୍ରିମ୍‌ କୋର୍ଟ ତାଙ୍କୁ ନିର୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି: ଫେବ୍ରୁଆରି ୧୦ ରୁ ୨୬ ତାରିଖ ଭିତରେ ଆପଣଙ୍କ ମନ ଯୁଆଡ଼େ ହେଉଛି ଯାଆନ୍ତୁ, କିନ୍ତୁ ଆପଣ ତଦନ୍ତରେ ସହଯୋଗ କରିବା ଉଚିତ। ସହଯୋଗ କରିବାକୁ ଆପଣଙ୍କ କ୍ଲାଏଣ୍ଟ୍‌ମାନଙ୍କୁ ମଧ୍ୟ କୁହନ୍ତୁ। ଆପଣ ସହଯୋଗ କରି ନାହାନ୍ତି। ଆମେ ବହୁତ କଥା କହିବାକୁ ଚାହୁଁଛୁ। ଆମେ ଏଇନେ ସେ ସବୁ କିଛି କହୁନାହୁଁ।

ଫେରି ଆସି ତଦନ୍ତରେ ସହଯୋଗ କରିବେ ବୋଲି ଅଙ୍ଗୀକାର ପତ୍ର ଦାଖଲ କରିବାକୁ କାର୍ତିଙ୍କୁ ନିର୍ଦେଶ ଦିଆଯାଇଛି।

ଫେବ୍ରୁଆରି ୧୦ ରୁ ୨୬ ଏବଂ ମାର୍ଚ ୨୩ ରୁ ୩୧ ମଧ୍ୟରେ ବିଦେଶ ଭ୍ରମଣ ଲାଗି କାର୍ତିଙ୍କୁ ଅନୁମତି ମଳିଛି।

ଜରୁରୀ ଶୁଣାଣି କରି ବିଦେଶ ଭ୍ରମଣ ଲାଗି ଅନୁମତି ଲୋଡୁଥିବା କାର୍ତିଙ୍କ ଆବେଦନକୁ ଜାନୁଆରି ୧୬ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ମନା କରି ଦେଇଥିଲେ।

ସମ୍ବନ୍ଧିତ ଖବର