ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ (ଡିପ୍ରେସନ୍) ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଦୁର୍ବଳ ହେବା ସହ ଏହା ଏକ ଲଘୁଚାପରେ ପରିବର୍ତ୍ତନ ହୋଇଛି । ଏହି ଲଘୁଚାପ ପ୍ରଭାବରେ ବାଂଲାଦେଶ ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଲାଗି ରହିଛି ।
Depression weakened into a well marked low pressure area over Bangladesh and lay centred over the same region at 0530 hrs IST of today the 24th October 2020.
For details kindly visit https://t.co/3Sf6JA45yn pic.twitter.com/HPYawGQSN5— India Met. Dept. (@Indiametdept) October 24, 2020
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସମୟ ପୂର୍ବରୁ ଏକ ଟ୍ଵିଟ କରି କୁହାଯାଇଛି ଯେ ଏହା ଆଜି ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି ।
ଗତ କାଲି ଏହି ଅବପାତ ଓଡ଼ିଶା ଉପକୂଳ ଦେଇ ଗତି କରିଥିଲେ ମଧ୍ୟ ଓଡ଼ିଶାର ସ୍ଥଳଭାଗକୁ ସ୍ପର୍ଶ କରିନଥିଲା । ଏହା ସିଧାସଳଖ ବାଂଲାଦେଶ ଆଡେ ମୁହାଁଇଥିବାରୁ ଓଡ଼ିଶା ପୁଣି ଏକ ବର୍ଷା ବିତ୍ପାତରୁ ବର୍ତ୍ତିଯାଇଥିଲା । ଏହି ଅବପାତ ଏବେ ଲଘୁଚାପରେ ପରିଣତ ହୋଇଥିବାରୁ ବାଂଲାଦେଶ, ପଶ୍ଚିମବଙ୍ଗର କେତେକ ଜିଲ୍ଲା, ଆସାମ ଆଦି ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଏହା ଓଡ଼ିଶା ଛୁଇଁ ନଥିବାରୁ ରାଜ୍ୟରେ ଦଶହରାରେ ମୁଖ୍ୟତଃ ପାଖ ଶୁଖିଲା ରହିବା ସମ୍ଭାବନା ରହିଛି ।