ଭାରତୀୟ ସେନା ଆଗରେ ଦେଖାଦେଇଛି ଏକ ବଡ଼ ବିପଦ, ସରକାର ବି ଚିନ୍ତାରେ

ନୂଆଦିଲ୍ଲୀ : ଭାରତୀୟ ସେନା ବିଶ୍ୱର ଏକ ଲଢୁଆ ସେନା ଭାବେ ଜଣାଶୁଣା । ଶତ୍ରୁପକ୍ଷ ଏହାର ନାଁ ଶୁଣିରେ ଥରହର ହୁଅନ୍ତି । ତେବେ ଆମ ଯବାନମାନଙ୍କ ଆଗରେ ଏକ ନୂଆ ଶତ୍ରୁ ଦେଖାଦେଇଛି । ଏହାକୁ ନେଇ ସେନା ଓ ସରକାର ଚିନ୍ତାରେ ପଡିଯାଇଛନ୍ତି । ଏହି ନୂଆ ଶତ୍ରୁଟି ହେଉଛି ବିଷାଦ ବା ଡିପ୍ରେସନ । ଏକ ସରକାରୀ ତଥ୍ୟ ମୁତାବକ ବର୍ଷ ଯେତିକି ଯବାନ ମିଲିଟାରୀ ଅପରେସନ ବେଳେ ପ୍ରାଣ ହରାଉଛନ୍ତି ତାଠାରୁ ଅଧିକ ଯବାନ ଆତ୍ମହତ୍ୟା କରୁଛନ୍ତି । ଗତ ୪ ବର୍ଷରେ ପ୍ରାୟ ୪୩୭ ଜଣ ଯବାନ ଆତ୍ମହତ୍ୟା କରିଥିବାବେଳେ ୨୩୭ ଜଣ ବିଭିନ୍ନ ମିଲିଟାରୀ ଅପରେସନ ବେଳେ ସହିଦ ହୋଇଛନ୍ତି । ଆତ୍ମହତ୍ୟା କରିଥିବା ୪୩୭ ଜଣଙ୍କ ମଧ୍ୟରୁ ୩୪୦ ଜଣସେନା ଯବାନ, ନୌେସେନାର ୧୮ ଜଣ ଓ ବାୟୁସେନାର ୭୯ ଜଣ ଅନ୍ତର୍ଭୁକ୍ତ । ଯଦି ଅର୍ଦ୍ଧସାମରିକ ବାହିନୀର ଯବାନ ମାନଙ୍କୁ ମିଶାଯାଏ ତେବେ ଏହି ସଂଖ୍ୟା ଆହୁରି ଅଧିକ ।
ଯବାନମାନେ ବିଭିନ୍ନ କାରଣରୁ ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରୁଛିନ୍ତି । ସେଗୁଡ଼ିକ ମଧ୍ୟରେ ଅଧିକ ସମୟ ଧରି ନିଜ ପରିବାରଠାରୁ ଦୂରେଇ ରହିବା, କାମ ଛାପ, ବିଶ୍ରାମର ଅଭାବ, ଛୁଟି ନମିଳିବା, କାଶ୍ମୀର ଓ ଉତ୍ତରପୂର୍ବ ପରି ଅଶାନ୍ତ ଅଂଚଳରେ ଦୀର୍ଘ ସମୟ ମୃତୟନ ରହିବା ଇତ୍ୟାଦି । ଯବାନ ମାନଙ୍କୁ ବିଷାଦଗ୍ରସ୍ତ ହେବାରୁ ରୋକିବାକୁ ସରକାର କେତେକ ପଦକ୍ଷେପ ନେଉଛନ୍ତି ବୋଲି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାଷ ଭାମ୍ରେ କହିଛନ୍ତି । ସେ କହିଛନ୍ତି ଯେ ସେନାର ମନୋବଳକୁ ଦୃଢ ରଖିବାକୁ ଏକ ଉତ୍ତମ ତଥା ଚାପମୁକ୍ତ ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି, ସେମାନଙ୍କୁ ନିଜ ପରିବାର ଲୋକଙ୍କ ସହ ବିତାଇବାକୁ ଅଧିକ ସମୟ ଦିଆଯାଉଛି, ସେମାନଙ୍କ ଖାଦ୍ୟ ଓ ବାସସ୍ଥଳୀକୁ ଉନ୍ନତ କରାଯାଉଛି, ଯୋଗ ଓ ମନସ୍ତତ୍ତ୍ୱବିତମାନଙ୍କ ସହାୟତା ନିଆଯାଉଛି ଇତ୍ୟାଦି ।

ସମ୍ବନ୍ଧିତ ଖବର