ମୁମ୍ବାଇ: ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ବିମଲେଶ କୁମାର ଓଡିଚ୍ୟ (୫୯) ଆଜି ମୁମ୍ବାଇରେ ଆତ୍ମହତ୍ୟା କରିଛନ୍ତି। ପୁଲିସର ସୂଚନାନୁସାରେ, ସେ ତିଲକ ନାଗର ଅଞ୍ଚଳରେ ଥିବା ତାରା ଗଗନ ହାଉସିଂ ସୋସାଇଟି ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ପୁଲିସ କହିଛି ଯେ ଏନେଇ ତିଲକ ନଗର ପୁଲିସ ଷ୍ଟେସନରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ବର୍ତ୍ତମାନ ଆତ୍ମହତ୍ୟାର କାରଣ ଜଣା ପଡିନାହିଁ। ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ ଚାଲିଛି।
ମୁମ୍ବାଇ ପୁଲିସ କହିଛି ଯେ ଉପନିର୍ଦ୍ଦେଶକ ବିମଲେଶ କୁମାର କାର୍ଯ୍ୟ ଚାପ ଯୋଗୁଁ ଇସ୍ତଫା ଦେଇଥିଲେ, କିନ୍ତୁ ତାଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଥିଲା । ଅନ୍ୟପକ୍ଷରେ, ବିମଲେଶଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କର ପୋଷ୍ଟିଂ ଘରଠାରୁ ବହୁ ଦୂର ମୁମ୍ବାଇରେ କରାଯାଇଥିଲା | ଯାହାକୁ ନେଇ ସେ ସବୁବେଳେ ଚିନ୍ତାରେ ରହୁଥିଲେ | ତେବେ ଏନେଇ ସେ ପୁଲିସ ନିକଟରେ କାହା ବିରୋଧରେ ଅଭିଯୋଗ କରିନାହାଁନ୍ତି। ବର୍ତ୍ତମାନ ପୁଲିସ ଆତ୍ମହତ୍ୟାର କାରଣ ଜାଣିବାକୁ ପ୍ରତ୍ୟେକ ଦିଗରୁ ଯାଞ୍ଚ କରୁଛି ଉଲ୍ଲେଖ ଥାଉ କି ବିଲଡିଂରୁ ଡେଇଁପଡ଼ିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |