ବୁଲେଟ୍‌ ପ୍ରୁଫ୍‌ ଘରେ ରହୁଥିଲେ ଗୁରମୀତ ରାମ ରହିମ

ଚଣ୍ଡିଗଡ଼: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମୀତ ରାମ ରହିମ ନିଜର ବାସ ଭବନ ‘ତେରା ବାସ’କୁ ବୁଲେଟ୍‌ ପ୍ରୁଫ୍‌ କରାଇଥିଲେ। ସିର୍‌ସାରେ ଥିବା ତାଙ୍କ ତିନି ତାଲା କୋଠଘରର କବାଟ ଏବଂ ଝରକାଗୁଡ଼ିକ ବୁଲେଟ୍‌ ପ୍ରୁଫ୍‌ ଥିବା କଥା ସାନିଟାଇଜେସନ୍‌ରୁ ଜଣାପଡ଼ିଛି। ସେ ଘରେ ଥିଲା ସବୁ ପ୍ରକାରର ରାଜକୀୟ ବିଳାସ। ତାଙ୍କ ଡ୍ରେସିଙ୍ଗ୍‌ ରୁମ୍‌ରେ ଥିଲା ୨୯ କାଠ ର‍୍ୟାକ୍‌। ପ୍ରତି ର‍୍ୟାକ୍‌ର ଉଚ୍ଚତା ୧୪ ଫୁଟ୍‌। ସେଥିରେ ବିଭିନ୍ନ ସାମଗ୍ରୀ ରହୁଥିଲା। କୋଠରିଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଶୀତତାପ ନିୟନ୍ତ୍ରିତ କରାଯାଇଥିଲା। ସେଥିରେ ରଖାଯାଇଥିଲା ଦାମିକା ଫୁଲଦାନି, ବଡ଼ ବଡ଼ ଟିଭି ସ୍କ୍ରିନ୍‌ ଏବଂ ଅନ୍ୟାନ୍ୟ ବିଳାସ ସାମଗ୍ରୀ।

ପଞ୍ଜାବ ଏବଂ ହରିୟାନା ହାଇକୋର୍ଟଙ୍କ ଆଦେଶରେ ପ୍ରସ୍ତୁତ ରିପୋର୍ଟରେ ଲେଖାଯାଇଛି, ଗୁରମୀତଙ୍କ ବାସଭବନରୁ ବିଦେଶରୁ ଆମଦାନି ହୋଇଥିବା ପିଇବା ପାଣି, ମାଲିସ ତେଲ, ଅତର, ପ୍ରସାଧନ ସମାଗ୍ରୀ, ଶହ ଶହ ହଳ ଜୋତା, ହ୍ୟାଟ୍‌, କ୍ୟାପ୍‌ ଏବଂ ବହୁ ପରିମାଣର ଡିଜାଇନର୍‌ ଡ୍ରେସ୍‌।

ତଲାସ ପାଇଁ ସେ ବାସଭବନକୁ ସେକ୍ଟର୍‌-୩ ବର୍ଗରେ ରଖାଯାଇଥିଲା। ପୁଲିସ ଟିମ୍‌ ସେଠାରୁ ଏକ ବୁଲେଟ୍‌ ପ୍ରୁଫ୍‌ ଲେକ୍ସସ୍‌ କାର୍‌, ୫୬ଟି ହାର୍ଡଡିସ୍କ୍‌ ପଶିଥିବା ଦୁଇଟି ବ୍ରିଫ୍‌କେସ୍‌, ହାର୍ଡଡିସ୍କ୍‌ ଥିବା ୬ଟି ପ୍ରୋଜେକ୍ଟର୍‌, ପେନ୍‌ ଡ୍ରାଇଭ୍‌ ଏବଂ ଓ୍ଵାକି-ଟକି ସେଟ୍‌ ପାଇଛି। କିନ୍ତୁ ପୁଲିସ ସେଠାରୁ କୌଣିସ ବିସ୍ଫୋରକ ସାମଗ୍ରୀ କିଂବା ଆପତ୍ତିଜନକ ସାମଗ୍ରୀ ପାଇ ନାହିଁ।

ସମ୍ବନ୍ଧିତ ଖବର