ରୋହତକ: ହରିଆଣାର ସୁନାରିଆ ଜେଲରେ ବିଗତ ୨ ବର୍ଷ ହେବ କଏଦୀ ୮୬୪୭ ଓରଫ ଡେରା ମୁଖ୍ୟ ରାମ ରହିମ ୧୮ ହଜାର ଟଙ୍କା ରୋଜଗାର କରିଛନ୍ତି। ରାମ ରହିମ୍ ଜେଲ ପରିସରରେ ପରିବା ଚାଷ କରି ଏହି ଟଙ୍କା ରୋଜଗାର କରିଛନ୍ତି। ମାତ୍ର ଏହି ରୋଜଗାର ପାଇଁ ସେ ବହୁ ପରିଶ୍ରମ କରିଥିବାରୁ ତାଙ୍କର ଓଜନ ୧୫ କିଲୋ ହ୍ରାସ ପାଇଛି। ବାବାଙ୍କ ନାମରେ ଜଣାଶୁଣା ରାମ ରହିମ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୨୦୧୭ରୁ ଜେଲରେ ଦିନ କାଟୁଛନ୍ତି।
ସୂଚନାଯୋଗ୍ୟ ନିଜର ମୁଖ୍ୟାଳୟରେ ୫୦ତମ ଜନ୍ମଦିନ ଉତ୍ସାହ ଉଦ୍ଦୀପନାର ସହିତ ପାଳନ କରିବାର ୧୦ ଦିନ ପରେ ଗୁରମିତ ରାମ ରହିମ ୨୦୧୭ ଅଗଷ୍ଟ ୨୫ରେ ଗିରଫ ହୋଇଥିଲେ। ରାମ ରହିମଙ୍କୁ ପଞ୍ଚକୁଲା ସିବିଆଇର ଏକ ଅଦାଲତ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଛି। ସଜା ମିଳିବା ପରେ ସୁନାରିଆ ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରି ଦିଆଯାଇଛି। ଜେଲ୍ର ସୁରକ୍ଷାରେ ପାରା ମିଲିଟାରି ମୁତୟନ କରାଯାଇଛି।
ଜେଲର ସାଧାରଣ କଏଦୀଙ୍କ ଠାରୁ ରାମ ରହିମଙ୍କୁ ଅଲଗା ରଖାଯାଇଛି। ବାବା ରାମ ରହିମଙ୍କ ଉପରେ ଜେଲ କର୍ମଚାରୀମାନେ ୨୪ ଘଣ୍ଟା ନଜର ରଖିଛନ୍ତି। ଜେଲର ଜଣେ ଅଧିକାରୀ କହିଛନ୍ତି, ରାମ ରହିମ ଜେଲକୁ ଆସିବା ପରେ ଗଣମାଧ୍ୟମ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। କାରଣ ଗଣମାଧ୍ୟମର ପ୍ରତିନିଧିମାନେ ବାବାଙ୍କ ବିଷୟରେ ଅପ୍ଡେଟ୍ ନେବା ପାଇଁ ବହୁ ସମୟ ଜେଲକୁ ଆସୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Ram-Rahim.jpg)