ଭୁବନେଶ୍ବର: ଗତ ସନ୍ଧ୍ୟାରେ ଖଡ଼ଗପୁର ଡିଭିଜନ୍ର ବାହାନଗା ବଜାର ଷ୍ଟେସନ୍ ବଜାରରେ ଟ୍ରେନ୍ ଧାରଣାଚ୍ୟୁତ ହେବାଜିନିତ ଦୁର୍ଘଟଣା କାରଣରୁ ସେହି ପଥରେ ଯାତାୟାତ କରୁଥିବା କେତେକ ଟ୍ରେନ୍କୁ ବାତିଲ ଓ ଆଉ କେତେକ ଟ୍ରେନ୍କୁ ଆଂଶିକ ବାତିଲ କରାଯାଇଛି ବୋଲି ଆଜି ସକାଳେ ରେଳବାଇ ତରଫରୁ ବୁଲେଟିନ୍ ନମ୍ବର ୬ରେ ସୂଚନା ଦିଆଯାଇଛି।
ସେହିପରି, ଆଉ କେତେକ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ବାକି ଟ୍ରେନ୍ମାନଙ୍କର ନିର୍ଦ୍ଧାରିତ ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି।
Image Courtesy of NDTVଆଜି ବାତିଲ୍ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି- ବିଲ୍ଲୁପୁରମ୍ରୁ ଆସୁଥିବା ୨୨୬୦୬ ବିଲ୍ଲୁପୁରମ୍-ପୁରୁଲିଆ ଏକ୍ସପ୍ରେସ, ତ୍ରିବେନ୍ଦ୍ରମ୍ରୁ ଛାଡୁଥିବା ୨୨୬୪୧ ତ୍ରିବେନ୍ଦ୍ରମ୍-କୋଲ୍କାତା ଶାଲିମାର୍ ଏକ୍ସପ୍ରେସ୍, ବେଙ୍ଗାଲୁରୁରୁ ଆସୁଥିବା ୧୨୫୫୧ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍, ବେଙ୍ଗାଲୁରୁରୁ ଛାଡୁଥିବା ୧୨୮୬୪ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍, ୧୨୨୫୩ ବେଙ୍ଗାଲୁରୁ-ଭାଗଲପୁର ଅଙ୍ଗ ଏକ୍ସପ୍ରେସ୍, ପୁରୀରୁ ଆସୁଥିବା ୧୨୮୩୮ ପୁରୀ-ହାୱଡ଼ା ଏକ୍ସପ୍ରେସ୍, ଖୋର୍ଦ୍ଧା ରୋଡ୍ରୁ ଆସୁଥିବା ୧୮୦୨୨ ଖୋର୍ଦ୍ଧା ରୋଡ୍-ଖଡ଼ଗପୁର ଏକ୍ସପ୍ରେସ୍, ହାଇଦ୍ରାବାଦରୁ ଆସୁଥିବା ୧୮୦୪୬ ହାଇଦ୍ରାବାଦ-ଶାଲିମାର ଏକ୍ସପ୍ରେସ୍, ସିକନ୍ଦରାବାଦରୁ ଆସୁଥିବା ୧୨୭୦୪ ସିକନ୍ଦରାବାଦ-ହାୱାଡ଼ା ଫଲକନୁମା ଏକ୍ସପ୍ରେସ, ଜଳେଶ୍ବରରୁ ଆସୁଥିବା ୦୮୪୧୫ ଜଳେଶ୍ବର-ପୁରୀ ସ୍ପେସାଲ୍, ଭୁବନେଶ୍ବରରୁ ଛାଡୁଥିବା ୦୮୪୧୨ ଭୁବନେଶ୍ବର-ବାଲେଶ୍ବର ସ୍ପେସାଲ୍, ବାଲେଶ୍ବରରୁ ଛାଡୁଥିବା ୦୮୪୧୧ ବାଲେଶ୍ବର-ଭୁବନେଶ୍ବର ସ୍ପେସାଲ୍ ଟ୍ରେନ୍, ଭଦ୍ରକରୁ ଛାଡୁଥିବା ୧୮୦୪୪ ଭଦ୍ରକ-ହାୱଡ଼ା ଏକ୍ସପ୍ରେସ୍, ତିରୁପତିରୁ ଆସୁଥିବା ୨୦୮୯୦ ତିରୁପତି-ହାୱଡ଼ା ଏକ୍ସପ୍ରେସ୍, ଉଭୟ ପଟରୁ ଚଳାଚଳ କରୁଥିବା ୦୮୪୧୫/୦୮୪୧୬ ଜେନାପୁର-ପୁରୀ-ଜେନାପୁର ଟ୍ରେନ୍ ଓ ପୁରୀରୁ ଯାଉଥିବା ୦୮୪୩୯ ପୁରୀ-ପାଟନା ସ୍ପେସାଲ୍ ଟ୍ରେନ୍।
Image Courtesy of India Todayଏହାଛଡ଼ା, ୨ ତାରିଖ ଦିନ ସିକନ୍ଦରାବାଦ ଛାଡ଼ିଥିବା ୧୨୭୦୪ ସିକନ୍ଦରାବାଦ-ହାୱଡ଼ା ଏକ୍ସପ୍ରେସ୍ କଟକରେ ପହଞ୍ଚିବା ପରେ ସେଠାରୁ ଆଉ ହାୱଡ଼ାକୁ ଯିବନାହିଁ।
ସେହିପରି, ଗତି ପଥ ପରିବର୍ତ୍ତନ କରାଯାଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି ନିମ୍ନ ଲିଖିତ ଟ୍ରେନ୍:
ଜୟନଗରରୁ ଆସୁଥିବା ୧୮୪୨୦ ଜୟନଗର-ପୁରୀ ଏକ୍ସପ୍ରେସ୍ ପଥ ପରିବର୍ତ୍ତନ କରି ଜୟଚଣ୍ଡୀ ପାହାର-ଚାନ୍ଦିଲ୍ ଜଙ୍କ୍ସନ୍-ବଂଶପାଣି-ଜାରୋଲି-ଜଖପୁରା ଦେଇ ଗନ୍ତବ୍ୟସ୍ଥଳକୁ ଯିବ।
୨ ତାରିଖ ଦିନ ସିଲଘାଟ ଟାଉନ୍ରୁ ଛାଡ଼ିଥିବା ୧୫୬୩୦ ସିଲଘାଟ ଟାଉନ୍-ତାମ୍ବାରମ୍ ଏକ୍ସପ୍ରେସ୍ ଆସାନସୋଲ୍-ଚାନ୍ଦିଲ୍-ରାଉରକେଲା-ଝାରସୁଗୁଡ଼ା-ଟିଟଲାଗଡ଼-ବିଜୟନଗରମ୍ ଦେଇ ଆସୁଛି।
ସେହିପରି, ୨ ତାରିଖ ଦିନ ପାଟନାରୁ ଛାଡ଼ିଥିବା ୨୨୬୪୪ ପାଟନା-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ ଆଦ୍ରା-ଚାନ୍ଦିଲ୍-ଚକ୍ରଧରପୁର-ରାଉରକେଲା-ଝାରସୁଗୁଡ଼ା-ଟିଟଲାଗଡ଼-ବିଜୟନଗରମ୍ ଦେଇ ଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Cancelled-Train-Lists-Due-to-Accident_Thumbnail.jpg)