ଭୁବନେଶ୍ବର: ଗତ ସନ୍ଧ୍ୟାରେ ଖଡ଼ଗପୁର ଡିଭିଜନ୍ର ବାହାନଗା ବଜାର ଷ୍ଟେସନ୍ ବଜାରରେ ଟ୍ରେନ୍ ଧାରଣାଚ୍ୟୁତ ହେବାଜିନିତ ଦୁର୍ଘଟଣା କାରଣରୁ ସେହି ପଥରେ ଯାତାୟାତ କରୁଥିବା କେତେକ ଟ୍ରେନ୍କୁ ବାତିଲ ଓ ଆଉ କେତେକ ଟ୍ରେନ୍କୁ ଆଂଶିକ ବାତିଲ କରାଯାଇଛି ବୋଲି ଆଜି ସକାଳେ ରେଳବାଇ ତରଫରୁ ବୁଲେଟିନ୍ ନମ୍ବର ୬ରେ ସୂଚନା ଦିଆଯାଇଛି।
ସେହିପରି, ଆଉ କେତେକ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ବାକି ଟ୍ରେନ୍ମାନଙ୍କର ନିର୍ଦ୍ଧାରିତ ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି।
/sambad/media/post_attachments/wp-content/uploads/2023/06/tc1-1.jpg)
ଆଜି ବାତିଲ୍ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି- ବିଲ୍ଲୁପୁରମ୍ରୁ ଆସୁଥିବା ୨୨୬୦୬ ବିଲ୍ଲୁପୁରମ୍-ପୁରୁଲିଆ ଏକ୍ସପ୍ରେସ, ତ୍ରିବେନ୍ଦ୍ରମ୍ରୁ ଛାଡୁଥିବା ୨୨୬୪୧ ତ୍ରିବେନ୍ଦ୍ରମ୍-କୋଲ୍କାତା ଶାଲିମାର୍ ଏକ୍ସପ୍ରେସ୍, ବେଙ୍ଗାଲୁରୁରୁ ଆସୁଥିବା ୧୨୫୫୧ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍, ବେଙ୍ଗାଲୁରୁରୁ ଛାଡୁଥିବା ୧୨୮୬୪ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍, ୧୨୨୫୩ ବେଙ୍ଗାଲୁରୁ-ଭାଗଲପୁର ଅଙ୍ଗ ଏକ୍ସପ୍ରେସ୍, ପୁରୀରୁ ଆସୁଥିବା ୧୨୮୩୮ ପୁରୀ-ହାୱଡ଼ା ଏକ୍ସପ୍ରେସ୍, ଖୋର୍ଦ୍ଧା ରୋଡ୍ରୁ ଆସୁଥିବା ୧୮୦୨୨ ଖୋର୍ଦ୍ଧା ରୋଡ୍-ଖଡ଼ଗପୁର ଏକ୍ସପ୍ରେସ୍, ହାଇଦ୍ରାବାଦରୁ ଆସୁଥିବା ୧୮୦୪୬ ହାଇଦ୍ରାବାଦ-ଶାଲିମାର ଏକ୍ସପ୍ରେସ୍, ସିକନ୍ଦରାବାଦରୁ ଆସୁଥିବା ୧୨୭୦୪ ସିକନ୍ଦରାବାଦ-ହାୱାଡ଼ା ଫଲକନୁମା ଏକ୍ସପ୍ରେସ, ଜଳେଶ୍ବରରୁ ଆସୁଥିବା ୦୮୪୧୫ ଜଳେଶ୍ବର-ପୁରୀ ସ୍ପେସାଲ୍, ଭୁବନେଶ୍ବରରୁ ଛାଡୁଥିବା ୦୮୪୧୨ ଭୁବନେଶ୍ବର-ବାଲେଶ୍ବର ସ୍ପେସାଲ୍, ବାଲେଶ୍ବରରୁ ଛାଡୁଥିବା ୦୮୪୧୧ ବାଲେଶ୍ବର-ଭୁବନେଶ୍ବର ସ୍ପେସାଲ୍ ଟ୍ରେନ୍, ଭଦ୍ରକରୁ ଛାଡୁଥିବା ୧୮୦୪୪ ଭଦ୍ରକ-ହାୱଡ଼ା ଏକ୍ସପ୍ରେସ୍, ତିରୁପତିରୁ ଆସୁଥିବା ୨୦୮୯୦ ତିରୁପତି-ହାୱଡ଼ା ଏକ୍ସପ୍ରେସ୍, ଉଭୟ ପଟରୁ ଚଳାଚଳ କରୁଥିବା ୦୮୪୧୫/୦୮୪୧୬ ଜେନାପୁର-ପୁରୀ-ଜେନାପୁର ଟ୍ରେନ୍ ଓ ପୁରୀରୁ ଯାଉଥିବା ୦୮୪୩୯ ପୁରୀ-ପାଟନା ସ୍ପେସାଲ୍ ଟ୍ରେନ୍।
/sambad/media/post_attachments/wp-content/uploads/2023/06/derailment-1024x576.jpg)
ଏହାଛଡ଼ା, ୨ ତାରିଖ ଦିନ ସିକନ୍ଦରାବାଦ ଛାଡ଼ିଥିବା ୧୨୭୦୪ ସିକନ୍ଦରାବାଦ-ହାୱଡ଼ା ଏକ୍ସପ୍ରେସ୍ କଟକରେ ପହଞ୍ଚିବା ପରେ ସେଠାରୁ ଆଉ ହାୱଡ଼ାକୁ ଯିବନାହିଁ।
ସେହିପରି, ଗତି ପଥ ପରିବର୍ତ୍ତନ କରାଯାଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି ନିମ୍ନ ଲିଖିତ ଟ୍ରେନ୍:
ଜୟନଗରରୁ ଆସୁଥିବା ୧୮୪୨୦ ଜୟନଗର-ପୁରୀ ଏକ୍ସପ୍ରେସ୍ ପଥ ପରିବର୍ତ୍ତନ କରି ଜୟଚଣ୍ଡୀ ପାହାର-ଚାନ୍ଦିଲ୍ ଜଙ୍କ୍ସନ୍-ବଂଶପାଣି-ଜାରୋଲି-ଜଖପୁରା ଦେଇ ଗନ୍ତବ୍ୟସ୍ଥଳକୁ ଯିବ।
୨ ତାରିଖ ଦିନ ସିଲଘାଟ ଟାଉନ୍ରୁ ଛାଡ଼ିଥିବା ୧୫୬୩୦ ସିଲଘାଟ ଟାଉନ୍-ତାମ୍ବାରମ୍ ଏକ୍ସପ୍ରେସ୍ ଆସାନସୋଲ୍-ଚାନ୍ଦିଲ୍-ରାଉରକେଲା-ଝାରସୁଗୁଡ଼ା-ଟିଟଲାଗଡ଼-ବିଜୟନଗରମ୍ ଦେଇ ଆସୁଛି।
ସେହିପରି, ୨ ତାରିଖ ଦିନ ପାଟନାରୁ ଛାଡ଼ିଥିବା ୨୨୬୪୪ ପାଟନା-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ ଆଦ୍ରା-ଚାନ୍ଦିଲ୍-ଚକ୍ରଧରପୁର-ରାଉରକେଲା-ଝାରସୁଗୁଡ଼ା-ଟିଟଲାଗଡ଼-ବିଜୟନଗରମ୍ ଦେଇ ଆସୁଛି।