ରାଜ୍ୟସଭା ନିର୍ବାଚନରେ ଭୋଟ୍‌ ଦେବା ପାଇଁ ଜେଲରେ ଥିବା ମନ୍ତ୍ରୀ ଅନିଲ ଦେଶମୁଖ ମାଗିଲେ ଦିନିକିଆ ଜାମିନ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ, ବର୍ତ୍ତମାନ ଏକ ମନି ଲଣ୍ଡରିଂ ମାମଲାରେ ଜେଲରେ ଅଛନ୍ତି। ଏ ପରିସ୍ଥିତିରେ ଆଗାମୀ ରାଜ୍ୟସଭା ନିର୍ବାଚନରେ ଭୋଟ୍‌ ଦେବା ପାଇଁ ଶୁକ୍ରବାର ଦିନ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତଙ୍କ ନିକଟରେ ସେ ଗୋଟିଏ ଦିନ ପାଇଁ ଜାମିନ ମାଗିଛନ୍ତି।

ନଭେମ୍ବର ୨୦୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଦେଶମୁଖ ଜୁନ୍‌ ୧୦ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଭୋଟଦାନ ଉଦ୍ଦେଶ୍ୟରେ ଗୋଟିଏ ଦିନ ପାଇଁ ଜାମିନରେ ମୁକ୍ତ ହେବାକୁ ଚାହିଁଛନ୍ତି।

‘ଜଣେ ସ୍ଥାୟୀ ବିଧାୟକ ହୋଇଥିବାରୁ ଆବେଦନକାରୀ (ଦେଶମୁଖ) ରାଜ୍ୟସଭାରେ ସଦସ୍ୟ ନିର୍ବାଚନ ପାଇଁ ଇଲେକ୍ଟୋରାଲ କଲେଜର ସଦସ୍ୟ ଅଟନ୍ତି। ଆବେଦନକାରୀ ତାଙ୍କ ଭୋଟ୍‌ ଦାନ ଅଧିକାରକୁ ସାବ୍ୟସ୍ତ କରିବାକୁ ଇଚ୍ଛୁକ ବୋଲି ନିଜ ଆବେଦନରେ କହିଛନ୍ତି।

ସ୍ୱତନ୍ତ୍ର ବିଚାରପତି କେ କେ ପାଟିଲ, ଏହି ମାମଲାକୁ ଗ୍ରହଣ କରି ଶୁକ୍ରବାର ଦିନ ଇଡିକୁ ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶମୁଖଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଜୁନ୍‌ ୬ ତାରିଖକୁ ଧାର୍ଯ୍ୟ ହୋଇଛି।
ପୂର୍ବରୁ ମହା ବିକାଶ ଅଘାଡି (ଏମଭିଏ) ସରକାରରେ ଗୃହମନ୍ତ୍ରୀ ଥିବା ଦେଶମୁଖଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ସହ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମ ବୀର ସିଂଙ୍କ ଦ୍ୱାରା ଦାଦାବଟି ଆଦାୟ ଅଭିଯୋଗ ସହିତ ଜଡିତ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଇଡି ଦାବି କରିଛି ଯେ ଦେଶମୁଖ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଛନ୍ତି ଏବଂ ମୁମ୍ବାଇର ବିଭିନ୍ନ ବାର୍‌ରୁ ୪.୭୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି।

ସମ୍ବନ୍ଧିତ ଖବର