ଦୀପାବଳି ଉପହାରରେ ଦେଶୀ ଚିକେନ୍‌ ଓ ଫୋନ୍ ଦେଇ ଦଳୀୟ ନେତାଙ୍କ ମନ ଜିଣିଲେ ଏଆଇଏଡିଏମ୍‌କେ ବିଧାୟକ

ନୂଆଦିଲ୍ଲୀ : ଯେତେବେଳେ କୌଣସି ଦଳ ନିଜର ଦଳୀୟକର୍ମୀଙ୍କୁ ନେଇ ବୈଠକ କରିଥାଏ, ସେତେବେଳେ କୌଣସି ବିଷୟକୁ ନେଇ ପରସ୍ପର ମଧ୍ୟରେ ମତାନ୍ତର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳେ । କିନ୍ତୁ ଏଆଇଏଡିଏମ୍‌କେ ପକ୍ଷରୁ ଡ଼କାଯାଇଥିବା ବୈଠକର ଦୃଶ୍ୟ ଟିକେ ଭିନ୍ନ ଥିଲା । ବୈଠକରେ ଦଳୀୟକର୍ମୀଙ୍କ ମଧ୍ୟରେ ଝଗଡ଼ା ହେବା ପରିବର୍ତ୍ତେ ଖୁସିର ଲହରୀ ଦେଖିବାକୁ ମିଳିଥିଲା । କାରଣ ସମସ୍ତଙ୍କ ହାତରେ ଥିଲା ଦୀପାବଳି ଉପହାର । ତାମିଲନାଡୁ ବିଧାନସଭାର କଲସାପକ୍କମର ପ୍ରତିନିଧିତ୍ୱ କରୁଥିବା ଓ.ପନୀରସେଲ୍‌ଭମ ଶୁକ୍ରବାର ତିରୁମନ୍ନମଲାଇ ସହରରେ ଥିବା କାଞ୍ଚିରେ ଏକ ବୈଠକର ଆୟୋଜନ କରିଥିଲେ । ସେହି ବୈଠକରେ ଦଳୀୟକର୍ମୀଙ୍କୁ ଦୀପାବଳିର ଉପହାର ଦିଆଯାଇଥିଲା ।

Image result for panneerselvam
New Indian Express

ଯେଉଁଥିରେ ମିଠା ବକ୍ସ, ବାଣ ବକ୍ସ, ଘିଅ ଓ ଦେଶୀ ଚିକେନ ଇତ୍ୟାଦି ଦିଆଯାଇଥିବା ଜଣା ପଡ଼ିଛି । ବିଧାୟକଙ୍କଠାରୁ ଏଭଳି ଉପହାର ପାଇ ଦଳୀୟ ନେତା ଖୁସି ଅଛନ୍ତି । ଲଗାତାର ଚତୁର୍ଥ ଥର ପାଇଁ ବିଧାୟକ ଭାବେ ଦାୟିତ୍ୱ ତୁଲାଉଥିବା ଓ.ପନୀରସେଲ୍‌ଭମ ନେତାଙ୍କ ମନ କିଣିବା ପାଇଁ ଏଭଳି ବାଟ ଆପଣାଇଥିଲେ । ଏ ନେଇ ଓ.ପନୀରସେଲ୍‌ଭମଙ୍କୁ ପଚରାଯିବା ପରେ, ଦୀପାବଳି ଅବସରରେ ନେତାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଁ ଏଭଳି କରିିଛି । ଲଗାତାର ୪ବର୍ଷ ହେଲାଣି ମୁଁ ଏହା କରି ଆସୁଛି । ପାଖାପାଖି ୫,୦୦୦କର୍ମୀଙ୍କୁ ଏହି ଉପହାର ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୮୬୪ଜଣ ଦଳୀୟକର୍ମୀଙ୍କୁ ଫୋନ ଦିଆଯାଇଛି । ଉପହାର ସହ ଆଗକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଦଳୀୟକର୍ମୀଙ୍କୁ କହିଛି ବୋଲି କହିଥିଲେ ଓ.ପନୀରସେଲ୍‌ଭମ ।

ସମ୍ବନ୍ଧିତ ଖବର