ବୁଲେଟ୍‌ ଟ୍ରେନ୍‌ର ମାସ୍‌କଟ୍‌ ଡିଜାଇନ୍‌ ପାଇଁ ୧ ଲକ୍ଷ ଓ ନାମକରଣ ଲାଗି ୫୦ ହଜାର ଟଙ୍କା ପୁରସ୍କାର

ନୂଆଦିଲ୍ଲୀ: ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ୍‌ର ନାମକରଣ ଓ ମାସ୍‌କଟ୍‌ ଡିଜାଇନ୍‌ ଲାଗି ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି ନେସ୍‌ନାଲ୍‌ ହାଇସ୍ପିଡ୍‌ ରେଲ୍‌ କର୍ପୋରେସନ୍‌ ଏଲ୍‌ଟିଡି (ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌)। ଏଥିରେ ପ୍ରତ୍ୟେକ ୫ ହଜାର କରି ଆଉ ୫ଟି ସାନ୍ତ୍ୱନାମୂଳକ ପୁରସ୍କାର ମଧ୍ୟ ରଖାଯାଇଛି।

ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌ର ଜଣେ ମୁଖପାତ୍ର କହିଛନ୍ତି ଜାପାନ ନିର୍ମିତ ବୁଲେଟ୍‌ ଟ୍ରେନ୍‌ ପରିଚୟ ପ୍ରଦାନ କରିବ ନାଁ। ଫଳରେ ଲୋକେ ତା’ସହ ଯୋଗସୂତ୍ର ରକ୍ଷା କରି ପାରିବେ।

ଅଧିକ ସଂଖ୍ୟକ ଲୋକ ଅଂଶ ଗ୍ରହଣ କରିବା ଲାଗି www.mygov.in ଓପେନ୍‌ ଅନ୍‌ଲାଇନ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏଥିରେ ଅଂଶଗ୍ରହଣକାରୀମାନେ ମାର୍ଚ ୨୫ ଯାଏଁ ସେମାନଙ୍କର ଏଣ୍ଟ୍ରି ଦାଖଲ କରି ପାରିବେ।

ଟ୍ରେନ୍‌ ପାଇଁ ଏୟାର୍‌ ଇଣ୍ଡିଆର ମହାରାଜା, ଭାରତୀୟ ରେଳବାଇର ଭୋଲୁ ଏବଂ ଟ୍ରେନ୍‌ ମ୍ୟାନେଜର୍‌ ହାତୀ ଭଳି ଏକ ମାସ୍କଟ୍‌ ଡିଜାଇନ୍‌ ଆମନ୍ତ୍ରଣ କରାଯାଇଛି। ବିଜେତାମାନେ ଏକ ଲକ୍ଷ ଟଙ୍କା ପୁରସ୍କାର ପାଇବେ। ଏହାଛଡ଼ା ଏ ବାବଦରେ ପ୍ରତ୍ୟେକ ୧୦ ହଜାର ଟଙ୍କାର ୫ଟି ସାନ୍ତ୍ୱନାମୂଳକ ପୁରସ୍କାର ରହିଛି।

ମାସ୍କଟ୍‌ର ଡିଜାଇନ୍‌ ଉତ୍ତମ ପାତ୍ର ହେବା ସହ ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌ ସିଷ୍ଟମ୍‌ର ମୂଲ୍ୟକୁ ପ୍ରତିପାଦନ କରୁଥିବ ବୋଲି ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌ର ମୁଖପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର