ଦୁର୍ବଳ ଦୃଷ୍ଟିଶକ୍ତି ସତ୍ତ୍ବେ ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପର

ଭେଲୋର: ତାମିଲନାଡ଼ୁର ଭେଲୋରରେ ରହୁଥିବା ଜଣେ ୨୦ ବର୍ଷୀୟା ଛାତ୍ରୀ କୀର୍ତ୍ତି ସୁନ୍ଦରମୂର୍ତ୍ତି ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୭.୪ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ୯୫ ପ୍ରତିଶତରୁ ଅଧିକ ମାର୍କ ରଖିବାରେ ସେ ହେଉଛନ୍ତି ଦେଶର ୫.୩୭% ପିଲାଙ୍କ ମଧ୍ୟରୁ ଅନ୍ୟତମ।

ତେବେ କୀର୍ତ୍ତିଙ୍କ ପାଇଁ ସଫଳତା ଏଇଠି ସରିଯାଇନି। ତାଙ୍କର ଆଖି ଖରାପ ଓ ଦୃଷ୍ଟିଶକ୍ତି ଅତ୍ୟନ୍ତ ଦୁର୍ବଳ। ୧୦ମ ପରୀକ୍ଷା ପରେ ତାଙ୍କୁ ଆଖିର ଚିକିତ୍ସା ପାଇଁ ଦୁଇବର୍ଷ ସମୟ ଦେବାକୁ ପଡ଼ିଥିଲା। ଅନ୍ୟ ପିଲାମାନେ ଯେତେବେଳେ କୋଭିଡ୍‌-୧୯ ପାଇଁ ଅନ୍‌ଲାଇନ୍ କ୍ଲାସ୍ କରୁଥିଲେ, ସେତେବେଳେ କୀର୍ତ୍ତି ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସହ ଆଇପିଏମ୍‌ଏଟି ଏଣ୍ଟ୍ରାନ୍ସ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ। ଏହି ଏଣ୍ଟ୍ରାନ୍ସରେ ପାସ୍ କଲେ ଜଣେ ଦ୍ବାଦଶ ଛାତ୍ର ଆଇଆଇଏମ୍‌ ଇନ୍ଦୋରରେ ପାଞ୍ଚବର୍ଷିଆ ଇଣ୍ଟିଗ୍ରେଟେଡ୍ କୋର୍ସ କରିପାରିବ। ଭବିଷ୍ୟତରେ ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରି କରି ପଲିସି ମେକର ହେବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର