ଆମେରିକାର ନାଲି ଆଖି ସତ୍ତ୍ୱେ ଋଷିଆଠାରୁ ଏସ-୪୦୦ କିଣିବ ଭାରତ

ନୂଆଦିଲ୍ଲୀ : ଆମେରିକାର କଟକଣା ଧମକ ଓ ନାଲିଆଖି  ସତ୍ତ୍ୱେ ଭାରତ ଋଷିଆ ଠାରୁ ଏସ-୪୦୦ ଟ୍ଵିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବା ବାତିଲ କରିବ ନାହିଁ । ଏକଥା ଭାରତ ସରକାର ସ୍ପଷ୍ଟ କରିଦେଇଛନ୍ତି ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଭାରତ ଏସ-୪୦୦ କିଣିବା ପାଇଁ ଚୁକ୍ତି କରିସାରିଛି ଓ ଏହି ଚୁକ୍ତିକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଉଛି । ଏଣୁ ଏହି ଚୁକ୍ତିରୁ ଓହରିବାର ପ୍ରଶ୍ନ ଉଠୁନାହିଁ । ତେବେ ଏହି ପ୍ରସଙ୍ଗରେ ଆମେ ଆମେରିକା ସରକାର ଓ ୟୁଏସ କଂଗ୍ରେସ ସହ କଥାବାର୍ତ୍ତା ଚାଲୁ ରଖିଛୁ । ଏହାର ସମାଧାନ ମଧ୍ୟ ବାହାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଋଷିଆଠାରୁ ଯଦି ଭାରତ ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ କିଣେ ତେବେ ତାହାର ଖରାପ ପ୍ରଭାବ ଦୁଇଦେଶର ପ୍ରତିରକ୍ଷା ସମ୍ପର୍କ ଉପରେ ପଡିବ ବୋଲି ଆମେରିକା ଚେତାଇଦେଇଛି । ଆମେରିକାର ପରରାଷ୍ଟ୍ର ବିଭାଗର ଜଣେ ସଚିବ କହିଛନ୍ତି ଯେ ଭାରତ ଏହି ମିସାଇଲ ଡିଫେନ୍ସ ସିଷ୍ଟମ କିଣିଲେ ଆମେରିକା କଟକଣା ଲଗାଇବାକୁ ବାଧ୍ୟ ହେବ ।

 

ସମ୍ବନ୍ଧିତ ଖବର