ଭାଇ…ଦୁର୍ନୀତି ବିଷୟରେ କହିବା ପୂର୍ବରୁ ଆଗ ଡେଟଲ୍ ମୁହଁ ଧୋଇକି ଆସ‌; କଂଗ୍ରେସକୁ କହିଲେ ସୀତାରମଣ

ନୂଆଦିଲ୍ଲୀ: ଡେଟଲରେ ମୁହଁ ଧୋଇକି ଆସ। ତା’ପରେ ଦୁର୍ନୀତି ହୋଇଥିବା ନେଇ ପ୍ରଶ୍ନ କରିବ। ଏଭଳି କହି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ କଂଗ୍ରେସର ମୁହଁ ବନ୍ଦ କରିଛନ୍ତି। କଂଗ୍ରେସର କିଛି ସାଂସଦ କେନ୍ଦ୍ର ଉପରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏହା ଶୁଣି ରାଗିଯିବା ସହ ସେମାନଙ୍କ ମୁଁ ବନ୍ଦ କରିଥିଲେ ସୀତାରମଣ।

୨୦୨୩-୨୪ବଜେଟ୍ ଉପରେ ଲୋକସଭାରେ ଆଲୋଚନା ସମୟରେ ସୀତାରମଣ କହିଥିଲେ, “ଦୁର୍ନୀତି ଉପରେ ତୁମେ ପ୍ରଶ୍ନ କରିବ। ପ୍ରଶ୍ନ କରିବା ପୂର୍ବରୁ ଆଗ ମୁହଁ ଧୋଇକି ଆସ। କଂଗ୍ରେସ ଦୁର୍ନୀତି ଉପରେ ପ୍ରଶ୍ନ କରିବ? କଂଗ୍ରେସ? ଏହା ଶୁଣି ଉପସ୍ଥିତ ବିଜେପି ସାଂସଦ ତାଳି ମାରିବା ଆରମ୍ଭ କରିଥିଲେ।

ଗତ ବର୍ଷ କ୍ଷମତାକୁ ଆସିବା ପରେ ଡିଜେଲ ଉପରେ କଂଗ୍ରେସ ଶାସିତ ହିମାଚଳ ପ୍ରଦେଶରେ ଭ୍ୟାଟ୍ ବୃଦ୍ଧି ହୋଇଛି। ଆପଣ ହିମାଚଳ ପ୍ରଦେଶରେ ଡିଜେଲ ଉପରେ ଭ୍ୟାଟ୍ ବୃଦ୍ଧି କରିଛନ୍ତି। ଏହା ହେଉଛି କଂଗ୍ରେସର ସଂସ୍କୃତି। ସେମାନେ ଅଭିଯୋଗ ଆଣିବେ, ଲୋକସଭାରୁ ବାହାରକୁ ଯିବେ କିନ୍ତୁ ଶୁଣିବେ ନାହିଁ ବୋଲି ସୀତାରମଣ କହିଥିଲେ।

ଏହା ସହ ‌ସେ ପଞ୍ଜାବ ଓ ରାଜସ୍ଥାନକୁ ମଧ୍ୟ ଟାର୍ଗେଟ କରିଥିବା ଦେଖାଯାଇଥିଲା। ତାଙ୍କର ଏଭଳି ଅଭିଯୋଗ ପରେ କଂଗ୍ରେସ, ବିଜେପି ଉପରେ ଦୁର୍ନୀତି ଅଭିଯୋଗ ଆଣି ଲୋକସଭ‌ାରେ ପାଟି କରିବା ଆରମ୍ଭ କରିଥିଲା। ଏହା ଶୁଣି ସୀତାରମଣ ବିରକ୍ତି ପ୍ରକାଶ କରିବା ସହ ଦୁର୍ନୀତି ବିଷୟରେ କହିବା ପୂର୍ବରୁ ଡେଟଲରେ ମୁହଁ ଧୋଇକି ଆସ ବୋଲି କହିଥିଲେ।

ସମ୍ବନ୍ଧିତ ଖବର