ଦେବଗୌଡ଼ାଙ୍କ ଆବେଗପୂର୍ଣ୍ଣ ଅଭିବ୍ୟକ୍ତି, ମୋଦୀଙ୍କୁ ଭେଟି ଇସ୍ତଫା କଥା କହିଥିଲି

ନୂଆଦିଲ୍ଲୀ: ଷୋଡ଼ଶ ଲୋକସଭାର ଅନ୍ତିମ ଦିବସରେ ବୁଧବାର ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ା ଏକ ନିଆରା ଅନୁଭୂତି ସାଉଁଟିଥିଲେ। ୨୦୧୪ ଲୋକସଭା ବେଳର ଏକ ମୁହୂର୍ତ୍ତକୁ ମନେ ପକାଇ ଦେବଗୌଡ଼ା କହିଥିଲେ ଯେ ନିର୍ବାଚନରେ ହାରଜିତ ପାଇଁ ନାନା ପ୍ରକାର କଥା କଟାକଟି ଚାଲିଥିଲା। ତେବେ ବିଜେପି କୁହୁକ ସଂଖ୍ୟା ୨୭୬ରୁ ଅଧିକ ଆସନ ପାଇଲେ ସେ ଇସ୍ତଫା ଦେବେ ବୋଲି ବିଜେପିର ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରି କହିଥିଲେ। ତେବେ ନିର୍ବାଚନ ଫଳାଫଳ ପରେ ବିଜେପିକୁ ୨୮୬ ଆସନ ମିଳିବା ପରେ ଦେବଗୌଡ଼ା ନିଜ କଥା ରଖିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ସାଂସଦ ପଦରୁ ନିଜ ଇସ୍ତଫା ଦେବା କଥା ଉଠାଇଥିଲେ। ମାତ୍ର ଅତୀତର ସେହି କଥାକୁ ମୋଦୀ ଗୁରୁତର ସହ ନେଇନାହାନ୍ତି ବୋଲି କହିବା ସହ ତାଙ୍କୁ ଇସ୍ତଫା ଦେବାରୁ ବାରଣ କରିଥିଲେ। ତାଙ୍କ ପରି ଜଣେ ଅତିଅଭିଜ୍ଞ ରାଜନେତା ଏପରି କରିବା ଉଚିତ ନୁହେଁ ବୋଲି ମୋଦୀ ତାଙ୍କୁ ବୁଝାଇଥିଲେ।

ସମ୍ବନ୍ଧିତ ଖବର