ନୂଆ ଭାରତର ବିକାଶ କ୍ଷେତ୍ରରେ ଇଞ୍ଜିନ୍‌ ହେବ ଓଡ଼ିଶା : ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଦେଶର ଇତିହାସରେ ପ୍ରଥମ ଥର ଲାଗି କୌଣସି କେନ୍ଦ୍ର ସରକାର ଦେଶର ପୂର୍ବାଞ୍ଚଳର ବିକାଶ ଲାଗି ଏତେ ଧ୍ୟାନ ଦେଇ ନ ଥିଲେ। ଗୋଟିଏ ଦିନରେ ୧୪,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ ଏହାର ପ୍ରମାଣ। କେନ୍ଦ୍ର ସରକାର ଓଡ଼ିଶାକୁ ପୂର୍ବ-ଏସିଆ ଦକ୍ଷିଣ ଏସିଆର ଦ୍ୱାର ଭାବେ ନିର୍ମାଣ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲା ଅରୁଗୁଳଠାରେ ଆଇଆଇଟି ଭୁବନେଶ୍ୱରର ନୂଆ କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସୋମବାର ଦିନିକିଆ ଓଡ଼ିଶାଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି ୧୪, ୫୨୩ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ମୋଚନ କରିବା ସହ ଓଡ଼ିଶାର ବିକାଶ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି। ଏଥିସହ ତାଙ୍କ ସରକାର ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ସଂକଳ୍ପ ସହିତ ଦେଶର ପୂର୍ବାଞ୍ଚଳର ବିକାଶ ନେଇ ନିରନ୍ତର କାର୍ଯ୍ୟ କରୁଛି। ନୂଆ ଭାରତର ନିର୍ମାଣରେ ଓଡ଼ିଶାର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ନୂଆ ଭାରତର ବିକାଶରେ ଓଡ଼ିଶା ଏକ ଇଞ୍ଜିନ୍‌ ଭଳି କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ଶିଳାନ୍ୟାସ ଓ ଶୁଭାରମ୍ଭ ଓଡ଼ିଶାବାସୀଙ୍କ ଜୀବନଧାରାରେ ପରିବର୍ତ୍ତନ ଆଣିବ ବୋଲି ମୋଦି କହିଛନ୍ତି।

ଅନୁଗୁଳସ୍ଥିତ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ଗଣେଶୀଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌, ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ପ୍ରସନ୍ନ ପାଟଶାଣୀ ଯୋଗ ଦେଇଥିଲେ। ମୋଦି ଅରୁଗୁଳସ୍ଥିତ ଆଇଆଇଟି କ୍ୟାମ୍ପସକୁ ରାଷ୍ଟ୍ର ଉଦେଶ୍ୟରେ ଅର୍ପଣ କରିଛନ୍ତି। ସେଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇଆଇଟି ଭୁବନେଶ୍ୱରର ନୂଆ କ୍ୟାମ୍ପସକୁ ରାଷ୍ଟ୍ର ଉଦେଶ୍ୟରେ ଅର୍ପଣ କରିବା ସହ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଇକ ବିଦ୍ରୋହ ସ୍ମାରକୀ ଡାକଟିକେଟ ଉନ୍ମୋଚନ କରିଥିଲେ। ପରେ ପାଇକ ବିଦ୍ରୋହ ଉପଲକ୍ଷେ ୨ଶହ ଟଙ୍କିଆ ମୁଦ୍ରାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜାରି କରିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର ପ୍ରତିଷ୍ଠାର ଶୁଭାରମ୍ଭ କରିଛନ୍ତି। ଉଦଘାଟନ ଏହି ଅବସରରେ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସଙ୍କଳ୍ପବଦ୍ଧ ବୋଲି କହିବା ସହିତ ଆଜି ପ୍ରାୟ ୧୪ ହଜାର ୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଓଡ଼ିଶା ପୂର୍ବ ଭାରତର ବିକାଶ ଦିଗରେ ପ୍ରମୁଖ ଭୁମିକା ତୁଲାଇବ ବୋଲି ଶ୍ରୀ ମୋଦି କହିଛନ୍ତ।

ଶ୍ରୀ ମୋଦି ଇଣ୍ଡିଆନ ଅଏଲ ପାରାଦୀପ- ହାଇଦ୍ରାବାଦ ଉତ୍ପାଦ ପାଇପ ଲାଇନଏବଂ ଗେଲର ବୋକାରୋ-ଅନୁଗୁଳ ଗ୍ୟାସ ପାଇପ ଲାଇନ୍‌ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଜାତୀୟ ରାଜପଥର ୧୬ର ଚଣ୍ଡିଖୋଲ-ଭଦ୍ରକ ସେକ୍ସନ୍‌ ୬ ଥାକିଆ ରାସ୍ତା, ୧୬ ନମ୍ବର ଜାତୀୟ ରାଜପଥ ଉପରେ ଭୁବନେଶ୍ୱରର ଖଣ୍ଡଗିରି ଠାରେ ଫ୍ଲାଏ ଓଭର ର୍ନିମାଣ, ଅନୁଗୁଳ-କଟକର ୪ ଥାକିଆ ଲେନ୍‌, ଆଇଜର ବ୍ରହ୍ମପୁରର ଶିଳାନ୍ୟାସ କରିଥିଲେ।

ସମ୍ବନ୍ଧିତ ଖବର