ହାଲ୍‌ ନିର୍ମିତ ହାଲୁକା ଲଢ଼ୁଆ ହେଲିକପ୍ଟର ସଫଳତାର ସହ ଆକାଶରୁ ଆକାଶକୁ କ୍ଷେପଣାସ୍ତ୍ର ନିକ୍ଷେପ କଲା

ହାଲ୍‌ର ସଫଳତାରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ

ନୂଆଦିଲ୍ଲୀ: ସଂପ୍ରତି ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)ର ସଫଳତାରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ସଂପୂର୍ଣ୍ଣ ନିଜସ୍ୱ ଜ୍ଞାନ କୌଶଳରେ ହାଲ୍‌ ଦ୍ୱାରା ନିର୍ମିତ ଏକ ହାଲୁକା ଲଢ଼ୁଆ ହେଲିକପ୍ଟରରୁ ଆକାଶ ପଥରୁ ଆକାଶ ପଥରେ (ଏୟାର-ଟୁ-ଏୟାର) ସଫଳତା ପୂର୍ବକ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ନିକ୍ଷେପ କରି ଏହି ବିରଳ ସଫଳତା ହାସଲ କରିବା ନିଜର ସଫଳତାର ଅଧ୍ୟାୟରେ ଯୋଡ଼ିଛି ଆଉ ଏକ ନୂଆ ଫର୍ଦ୍ଦ।

ଓଡ଼ିଶାର ଚାନ୍ଦପୁରପୁର ଠାରେ ଅବସ୍ଥିତ ଟେଷ୍ଟ ରେଞ୍ଜରେ ହାଲ୍‌ ନିର୍ମିତ ଏହି ହାଲୁକା ହେଲିକପ୍ଟରକୁ ଉଡ଼ାଯାଇ ଉଡ଼ନ୍ତା ଅବସ୍ଥାରେ ଏହି ହେଲିକପ୍ଟରରୁ ଆକାଶ ପଥରୁ ଆକାଶ ପଥରେ (ଏୟାର-ଟୁ- ଏୟାର) ସଫଳତା ପୂର୍ବକ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇ ପରୀକ୍ଷଣ କରାଯାଇଥିଲା। ଏବଂ ଏହି ପରୀକ୍ଷଣରେ ହାଲ୍‌ ନିର୍ମିତ ଏହି ହାଲୁକା ହେଲିକପ୍ଟର ସଫଳତା ପୂର୍ବକ ଉତ୍ତୀର୍ଣ୍ଣ ହୋଇଥିବା ହାଲ୍‌ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି। ଭାରତୀୟ ବାୟୁ ସେନାର ବରିଷ୍ଠ ଅଧିକାରୀମାନେ ଏହି ପରୀକ୍ଷଣରେ ଅଂଶ ଗ୍ରହଣ କରିବା ସହ ହାଲ୍‌ ନିର୍ମିତ ଏହି ହାଲୁକା ହେଲିକପ୍ଟରର ପରୀକ୍ଷା ନେଇଥିଲେ। ଏହି ହାଲୁକା ହେଲିକପ୍ଟରରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ସଫଳତା ପୂର୍ବକ ନିଜର ଲକ୍ଷ୍ୟ ଭେଦ କରିବା ସହ ଟାର୍ଗେଟକୁ ଧ୍ୱଂସ କରିବାରେ ସମର୍ଥ ହୋଇଥିଲା।

ଆକାଶ ପଥରୁ ଆକାଶ ପଥରେ (ଏୟାର-ଟୁ- ଏୟାର) ସଫଳତା ପୂର୍ବକ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ରକୁ ନିକ୍ଷେପ କରିବାରେ ଏହା ବିଶ୍ୱର ସର୍ବପ୍ରଥମ ହାଲୁକା ଲଢ଼ୁଆ ହେଲିକପ୍ଟର ଥିବା ଜାଣିବାକୁ ମିଳିଛି। ଭୂପୃଷ୍ଠରୁ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ସିଆଚୀନ୍‌ ଗ୍ଲାସିଆର ଉଚ୍ଚତାରେ ଉଡ଼ି ନିଜର ଲକ୍ଷ୍ୟ ହାସଲ କରିବାରେ ହାଲ୍‌ ନିର୍ମିତ ଏହି ହାଲୁକା ହେଲିକପ୍ଟର ମଧ୍ୟ ସମର୍ଥ ଥିବା ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର