ବିକାଶମୂଳକ ଖବରକୁ ମିଳିବ ପୁରସ୍କାର, ୧୪ ତାରିଖ ସୁଦ୍ଧା ଆବେଦନ ପାଇଁ ଆହ୍ବାନ

ନୂଆଦିଲ୍ଲୀ : ବିକାଶମୂଳକ ସାମ୍ବାଦିକତାକୁ ଅଗ୍ରାଧିକାର ପ୍ରଦାନ କରି ତଦନୁଯାୟୀ ରିପୋର୍ଟ ପ୍ରସ୍ତୁତ କରୁଥିବା ଏବଂ ସମ୍ବାଦପତ୍ରରେ ଏ ସଂକ୍ରାନ୍ତୀୟ ଖବର ପରିବେଷଣ କରୁଥିବା ସାମ୍ବାଦିକମାନଙ୍କ ପାଇଁ ଖୁସି ଖବର। ୟୁନିସେଫ୍‌ ରାଜସ୍ଥାନ ଏବଂ ଲୋକ ସମ୍ବାଦ ସଂସ୍ଥାନ ପକ୍ଷରୁ ସେମାନଙ୍କ ଶ୍ରେଷ୍ଠ ବିବେଚିତ ରିପୋର୍ଟକୁ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଚଳିତ ମାସ ସେପ୍ଟେମ୍ବର ୨୭ରୁ ରାଜସ୍ଥାନର ଉଦୟପୁରଠାରେ ଆୟୋଜିତ ସର୍ବଭାରତୀୟ ଗଣମାଧ୍ୟମ ସମ୍ମିଳନୀ-୨୦୧୯ ଅବସରରେ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ସମ୍ମିଳନୀ ୩ ଦିନ ଧରି ଚାଲିବ।

ସମ୍ମିଳନୀର ଅଧ୍ୟକ୍ଷ କଲ୍ୟାଣ ସିଂହ କୋଠାରୀଙ୍କ ସୂଚନା ଅନୁସାରେ, ୨୦୧୭ ମସିହା ଅଗଷ୍ଟ ଠାରୁ ୨୦୧୯ ମସିହା ଅଗଷ୍ଟ ମାସ ମଧ୍ୟରେ ପ୍ରକାଶିତ ରିପୋର୍ଟ ବା ଲେଖାକୁ ବିଚାରକୁ ନିଆଯିବ। ଏଥିପାଇଁ ଇଚ୍ଛୁକ ଗଣମାଧ୍ୟମର ପ୍ରତିନିଧିମାନେ ଆସନ୍ତା ୧୪ ତାରିଖ ସୁଦ୍ଧା ନିଜର ରିପୋର୍ଟକୁ ପଠାଇପାରିବେ।

ଯୋଗ୍ୟ ବିବେଚିତ ପ୍ରଥମ ତିନିଟି ରିପୋର୍ଟକୁ ଯଥାକ୍ରମେ ୨୦,୦୦୦ ଟଙ୍କା; ୧୮,୦୦୦ ଟଙ୍କା ଓ ୧୫,୦୦୦ ଟଙ୍କ‌ାର ପୁରସ୍କାର ରାଶି ସହିତ ପ୍ରମାଣପତ୍ର ଏବଂ ସ୍ମୃତିଫଳକ ପ୍ରଦାନ କରାଯିବ ବୋଲି ଶ୍ରୀ କୋଠାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର