ମୁମ୍ବାଇ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ କହିଛନ୍ତି ଯେ ବଦଲାପୁର ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଅକ୍ଷୟ ସିନ୍ଦେଙ୍କୁ ପୁଲିସ ନିଜର ଆତ୍ମରକ୍ଷା କରିବାକୁ ଯାଇ ଗୁଳି ଚଳାଇଥିଲା। ଯଦି ପୁଲିସ ଉପରେ ଆକ୍ରମଣ ହୁଏ, ତେବେ ସେମାନେ କଣ ତାଳି ବଜାଇବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଏନକାଉଣ୍ଟରକୁ ସେ ସମର୍ଥନ କରନ୍ତି ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ଏଭଳି ଘଟଣାକୁ ମହିମାମଣ୍ଡନ କରିବା ଉଚିତ ନୁହେଁ ଏବଂ ଏହି ମାମଲାର ନିରପେକ୍ଷ ତଦନ୍ତ କରାଯିବ ବୋଲି ଫଡନାଭିସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଆମେ ଏନକାଉଣ୍ଟରରେ ବିଶ୍ୱାସ କରୁନାହୁଁ ଏବଂ ବ୍ୟକ୍ତିଗତ ଭାବେ ମୁଁ ଆଇନ ପାଳନ କରିବା ଏବଂ ସେହି ଅନୁଯାୟୀ ଅପରାଧୀଙ୍କୁ ଦଣ୍ଡଦେବାରେ ବିଶ୍ୱାସ କରେ, କିନ୍ତୁ ଏହା ଶୀଘ୍ର କରାଯିବା ଉଚିତ୍ । ଯଦି ଆକ୍ରମଣ କରାଯାଏ, ତେବେ ଆମ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେବ ନାହିଁ ଏବଂ ସେମାନେ ଆତ୍ମରକ୍ଷା ପାଇଁ ଅଭିଯୁକ୍ତଙ୍କୁ ଗୁଳି କରିଥିଲେ : ଦେବେନ୍ଦ୍ର ଫଡନବୀସ
ସେ କହିଛନ୍ତି, ଆମେ ଏନକାଉଣ୍ଟରରେ ବିଶ୍ୱାସ କରୁନାହୁଁ ଏବଂ ବ୍ୟକ୍ତିଗତ ଭାବେ ମୁଁ ଆଇନ ପାଳନ କରିବା ଏବଂ ସେହି ଅନୁଯାୟୀ ଅପରାଧୀଙ୍କୁ ଦଣ୍ଡଦେବାରେ ବିଶ୍ୱାସ କରେ, କିନ୍ତୁ ଏହା ଶୀଘ୍ର କରାଯିବା ଉଚିତ୍ । ଯଦି ଆକ୍ରମଣ କରାଯାଏ, ତେବେ ଆମ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେବ ନାହିଁ ଏବଂ ସେମାନେ ଆତ୍ମରକ୍ଷା ପାଇଁ ଅଭିଯୁକ୍ତଙ୍କୁ ଗୁଳି କରିଥିଲେ।
ମହାରାଷ୍ଟ୍ରର ଥାନେ ଜିଲ୍ଲାର ବଦଲାପୁର ସହରର ଏକ ସ୍କୁଲରେ ୨୪ ବର୍ଷୀୟ ସିନ୍ଦେ ଦୁଇ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ବୟାନ ଅନୁଯାୟୀ, ଅକ୍ଷୟ ସିନ୍ଦେକୁ ତାର ପୂର୍ବତନ ପତ୍ନୀଙ୍କ ଦ୍ୱାରା ଦାଏର ହୋଇଥିବା ଏକ ମାମଲାର ତଦନ୍ତ ପାଇଁ ପୁଲିସ ଭ୍ୟାନରେ ନଭି ମୁମ୍ବାଇର ତଲୋଜା ଜେଲରୁ ବଦଲାପୁର ନିଆଯାଉଥିଲା। ଏହି ସମୟରେ ଥାନେର ମୁମ୍ବ୍ରା ବାଇପାସ୍ ନିକଟରେ ସେ ଜଣେ ପୁଲିସ ଅଧିକାରୀଙ୍କ ପିସ୍ତଲ ଛଡ଼ାଇ ନେଇଥିଲା ଏବଂ ପୁଲିସ ଉପରକୁ ଗୁଳି ଚଳାଇଥିଲା, ଏହାର ଜବାବରେ ପୁଲିସ ଗୁଳିରେ ତାହାର ମୃତ୍ୟୁ ହୋଇଥିଲା । କିନ୍ତୁ ଏହା ଯୋଜନାବଦ୍ଧ ହତ୍ୟା ବୋଲି ବିରୋଧୀ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/U7bPaLT18RV4czXTc7NT.jpeg)