ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ୍ ପୁଣି ଥରେ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ୨୦୧୯ରେ ଉଦ୍ଧବ ଠାକରେ ବିଜେପିକୁ ଧୋକା ଦେବା ଏବଂ ୨୦୨୨ରେ ବିଜେପି ଏହାର ପ୍ରତିଶୋଧ ନେବା ନେଇ ଫଡନାବୀସ୍ ନିଜର ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି ଯେ, ଶିବସେନାକୁ ଅଢ଼େଇ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ଦିଆଯାଇ ନଥିଲା। ଏଥିସହିତ ଶିବସେନାଙ୍କୁ ମୁଖ୍ୟମନ୍ତ୍ରୀ ପୋଷ୍ଟ ଦେବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନଥିଲା। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋର ପ୍ରାର୍ଥୀତ୍ବକୁ ଉଦ୍ଧବ ଠାକରେ ସମର୍ଥନ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ, ଶିବସେନାକୁ ଅଧିକ ପୋର୍ଟଫୋଲିଓ ଦେବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ହେଲେ ନିର୍ବାଚନ ପରେ ଉଦ୍ଧବ ଠାକରେ କଂଗ୍ରେସ ଏବଂ ଏନସିପି ସହ ହାତ ମିଳାଇ ମୋତେ ଓ ବିଜେପିକୁ ଧୋକା ଦେଇଥିଲେ। ଏହି କାରଣରୁ, ମୁଁ ପ୍ରତିଶୋଧ ନେବାକୁ ଚାହୁଁଥିଲି। ୨୦୨୨ରେ କ୍ଷମତା ପରିବର୍ତ୍ତନ ପରେ ମୁଁ ଖୁସି ଅଛି।
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ୨୦୧୯ରେ ବିଜେପି ଏବଂ ଶିବସେନା ଏକତ୍ର ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ମତଭେଦ ହୋଇଥିଲା। ଏହା ପରେ ଶିବସେନା କଂଗ୍ରେସ ଏବଂ ଏନସିପି ସହିତ ମହା ବିକାଶ ଅଗାଡି ଗଠବନ୍ଧନ ସରକାର ଗଠନ କରିଥିଲା। ହେଲେ ଜୁନ୍ ୨୦୨୨ରେ ଶିବସେନାରେ ବିଦ୍ରୋହ ହୋଇଥିଲା। ଶିବସେନା ବିଧାୟକ ଏକନାଥ ସିନ୍ଦେଙ୍କ ସହ ହାତ ମିଳାଇ ଏକାଧିକ ବିଧାୟକ ଉଦ୍ଧବ ଠାକରେଙ୍କ ବିଦ୍ରୋହୀ ହୋଇଥିଲେ। ଏହା କିଛିମାସ ପରେ ସିନ୍ଦେ ବିଜେପି ସହ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/ସ-33.jpg)