ପୁଣି ବଦଳିଲା ଫଡ୍‌ନାବିସଙ୍କ ଟ୍ୱିଟର ପ୍ରୋଫାଇଲ୍‌

ନୂଆଦିଲ୍ଲୀ : ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ ଆଜି ପୁଣି ଥରେ ତାଙ୍କ ଟ୍ବିଟର ପ୍ରୋଫାଇଲ୍‌ ବଦଳାଇଛନ୍ତି। ଫଡ୍‌ନାବିସ ତାଙ୍କ ଟ୍ବିଟର ପ୍ରୋଫାଇଲ୍‌ରେ ‘ଚିଫ୍‌ ମିନିଷ୍ଟର ଅଫ୍‌ ମହାରାଷ୍ଟ୍ର’ ଆଡ୍‌ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାପରେ ସେ ତାଙ୍କ ଟ୍ବିଟର ପ୍ରୋଫାଇଲ୍‌ ବଦଳାଇଛନ୍ତି। ପୂର୍ବରୁ ଫଡ଼ନାବିସ ରାଜ୍ୟପାଳ ଭଗତ ସିଂହ କୋଶୟାରିଙ୍କୁ ଇସ୍ତଫା ପତ୍ର ଦେବାପରେ ତାଙ୍କ ଟ୍ବିଟର ପ୍ରୋଫାଇଲ୍‌କୁ ବଦଳାଇ କାମଚଳା ମୁଖ୍ୟମନ୍ତ୍ରୀ ରଖିଥିଲେ। ପରେ ନଭେମ୍ବର ୧୨ ତାରିଖରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବାପରେ ତାଙ୍କ ଟ୍ବିଟର ପ୍ରୋଫାଇଲ୍‌କୁ ‘ମହାରାଷ୍ଟ୍ରର ସେବକ’ ବୋଲି ରଖିଥିଲେ।

ସମ୍ବନ୍ଧିତ ଖବର