ମୁମ୍ବାଇ: ଶନିବାର ସକାଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନବିସ ଶପଥ ଗ୍ରହଣ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟିର (ଏନ୍ସିପି) ନେତା ଅଜିତ ପାଓ୍ଵର୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ମୁମ୍ବାଇ ଠାରେ ସକାଳ ୮ଟା ବେଳେ ରାଜ୍ୟପାଳ ବିଏସ୍ କୋଶିୟାରି ସେମାନଙ୍କୁ ଶପଥ ପାଠ କରାଇଛନ୍ତି।
ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଫଡ଼ନବିସ କହିଲେ, ଲୋକେ ଆମକୁ ସ୍ପଷ୍ଟ ମତ ଦେଇଥିଲେ, କିନ୍ତୁ ଫଳାଫଳ ପ୍ରକାଶ ପାଇବା ପରେ ଶିବ ସେନା ଅନ୍ୟ ଦଳ ସହ ମେଣ୍ଟ କରିବାକୁ ଉଦ୍ୟମ କରିବା ଫଳରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା। ‘ଖିଚିଡ଼ି’ ସରକାର ନୁହେଁ, ମହାରାଷ୍ଟ୍ର ସ୍ଥିର ସରକାର ଚାହେଁ।
/sambad/media/post_attachments/wp-content/uploads/2019/11/EKBlhgAU0AEuWTG-300x169.jpg)
ସେ ମଧ୍ୟ କହିଲେ କି, ମହାରାଷ୍ଟ୍ର ଭଳି ଆର୍ଥିକ ପ୍ରଗତିଶୀଳ ରାଜ୍ୟରେ ରାଷ୍ଟ୍ରପତି ଶାସନ ଚଳି ନ ପାରେ। ସୁତରାଂ ଜନମଙ୍ଗଳ ପାଇଁ ଏମିତି କରିବା ଦରକାର ଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି: ଯଥାକ୍ରମେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡ଼ନବିସ ଏବଂ ଅଜିତ ପାଓ୍ଵାର୍ଙ୍କୁ ଅଭିନନ୍ଦନ। ମହାରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନେ ମନଧ୍ୟାନ ଦେଇ କାର୍ଯ୍ୟ କରିବେ ବୋଲି ମୋର ଭରସା ଅଛି।