ନୂଆଦିଲ୍ଲୀ: ମୋର ପାଣି ଉତୁରିବା ଦେଖି ମୋ କୁଳରେ ଘର ତିଆରି କରିଦେବ ନାହିଁ। ମୁଁ ସମୁଦ୍ର ପୁଣିଥରେ ଫେରିକି ଆସିବି…. ୨୦୧୯ ମହାରାଷ୍ଟ୍ର ବିଧାନସଭାରେ ଏହି ଲାଇନ କହିଥିବା ଦେବେନ୍ଦ୍ର ଫଡନାଭିସ୍ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। 

Advertisment

ମହାରାଷ୍ଟ୍ର ନିର୍ବାଚନ ୨୦୨୪ର ଫଳାଫଳ ଘୋଷଣା ହେବାପରେପରେ ସୋସିଆଲ ମିଡିଆରେ ଦେବେନ୍ଦ୍ର ଫଡନାଭିସଙ୍କ ଏହି ସାୟରି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଅର୍ଥାତ ଦେବେନ୍ଦ୍ର ଫଡନାଭିସ୍ ୨୦୧୯ରେ ଏହି ସାୟରି ଜରିଆରେ ସଙ୍କେତ ଦେଇଥିଲେ କି,‘ ମୁଁ ପଛକୁ ହଟିଯାଇଛି ସିନା କିନ୍ତୁ ମୁଁ ଆଗାମୀ ଦିନରେ ନିଶ୍ଚୟ ଫେରିବି।’

ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ର ବିଜେପିକୁ ପୁଣିଥରେ ବିପୁଳ ଭୋଟରେ ବିଜୟ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଦେବେନ୍ଦ୍ର ଫଡନାଭିସ୍ ଦଳ ପାଇଁ ଜଣେ ନେତା ନୁହନ୍ତି ସେ ସଙ୍ଗଠନ ଓ ରଣନୀତିର ପର୍ଯ୍ୟାୟ ବନି ସାରିଛନ୍ତି। ବିଜେପି ୧୨୮ଟି ସିଟ ଜିତିବା ଦାବି ଏହା ପ୍ରମାଣ କରୁଛି କି ମହାରାଷ୍ଟ୍ରରେ ‘ମହାୟୁତି’ର ଶକ୍ତିର କେନ୍ଦ୍ର ହେଉଛନ୍ତି ଦେବେନ୍ଦ୍ର ଫଡନାଭିସ୍।

୨୦୨୯ରେ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ପଦରୁ ଦୂରେଇ ଯାଇଥିଲେ। ଶିବସେନା ସହିତ କଂଗ୍ରେସ ଓ ଏନସିପି ମେଣ୍ଟ କରି ଶାସନ ଭାର ଛଡ଼ାଇ ନେଇଥିଲେ। ପରବର୍ତ୍ତୀ ସମୟରେ ପରିସ୍ଥିତି ବଦଳିଥିଲା। ଶିବସେନା ଭାଙ୍ଗିଗଲା ଓ ଏକନାଥ ସିନ୍ଦେ ଦଳ ସହିତ ବିଜେପି ନୂଆ ସରକାର ଗଠନ କଲା। ସେତେବେଳେ ଫର୍ଣ୍ଣାବିସ ଉପମୁଖ୍ୟମନ୍ତ୍ରୀ ଭାବେ ପଦ ସମ୍ଭାଳି ଦଳକୁ ଶକ୍ତିଶାଳୀ କରିଥିଲେ।