ଇସ୍କନ ମନ୍ଦିରରେ ଅଘଟଣ, ବିଦ୍ୟୁତ ଆଘାତରେ ଭକ୍ତଙ୍କ ମୃତ୍ୟୁ: ଠିକାଦାର ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇର ଜୁହୁରେ ଥିବା ଇସ୍କନ ମନ୍ଦିରରେ ଏକ ଅଘଟଣ ଘଟିଯାଇଛି | ଜୁହୁ ଅଞ୍ଚଳରେ ଥିବା ଇସ୍କନ ମନ୍ଦିରରେ ବିଦ୍ୟୁତ ଆଘାତରେ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ଅବହେଳା ମାମଲା ରୁଜୁ କରି ସମ୍ପୃକ୍ତ ଠିକାଦାରଙ୍କୁ ଗିରଫ କରିଛି | ସୂଚନା ମୁତାବକ ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ଇସ୍କନ ମନ୍ଦିରକୁ ଆସିଥିବା ଜଣେ ବ୍ୟକ୍ତିଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିଲା |

ଏହି ଘଟଣାକୁ ନେଇ ଭକ୍ତମାନେ ଭୟଭୀତ ହୋଇପଡିଥିବାବେଳେ ମନ୍ଦିର କର୍ତୃପକ୍ଷ ଜୁହୁ ପୁଲିସକୁ ଏବାବଦରେ ସୂଚନା ଦେଇଥିଲେ | ମନ୍ଦିର କର୍ତ୍ତୃପକ୍ଷଙ୍କ ଅଭିଯୋଗ ମୁତାବକ ମନ୍ଦିରରେ ହୋଇଥିବା ବିଦ୍ୟୁତ ସଂଯୋଗକୁ ଠିକାଦାର ଠିକ ଭାବେ କରିନଥିଲେ | ଯେଉଁଥିପାଇଁ ଦୁର୍ଘଟଣା ଘଟିଥିଲା |

ଏହା ପରେ ପୁଲିସ ଅବହେଳାର ମାମଲା ପଞ୍ଜିକରଣ କରି କଣ୍ଟ୍ରାକ୍ଟରଙ୍କୁ ଗିରଫ କରିଥିଲା । ତେବେ ମୃତକଙ୍କ ବାବଦରେ ପରିଚୟ ମିଳିନଥିବାବେଳେ ଏହି ମାମଲାରେ ଅଧିକ ଅନୁସନ୍ଧାନ ଚାଲିଛି। ଭକ୍ତଙ୍କୁ କିଭଳି ବିଦ୍ୟୁତ ଆଘାତ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ | ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ପଚରାଉଚରା କରୁଛନ୍ତି।

ସମ୍ବନ୍ଧିତ ଖବର