ତିରୁପତି ବାଲାଜୀଙ୍କୁ ୨ କୋଟିର ସୁନାପାପୁଲି ଦେଲେ ଭକ୍ତ

ଅମରାବତି: ତିରୁମାଲାରେ ଥିବା ତିରୁପତି ବାଲାଜୀଙ୍କୁ ଜଣେ ଭକ୍ତ ସୁନାର ପାପୁଲି ସାଙ୍ଗକୁ ସୁନାର ହାତ ଦାନ କରିଛନ୍ତି | ଏହି ସୁନାର ପାପୁଲି ମୂଲ୍ୟ ୨ କୋଟି ୨୫ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି | ମିଳିଥିବା ସୂଚନା ମୁତାବକ ତାମିଲନାଡୁର ତଂଗଦୋରେଇ ନାମକ ଜଣେ ଭକ୍ତ ଦୁଇଟି ସୁନାର ଅଳଙ୍କାର ଦାନ ସୂତ୍ରରେ ଦେଇଛନ୍ତି | ଅଭୟ ହସ୍ତମ ଓ କୋଟି ହସ୍ତମ ନାମକ ଏହି ଦୁଇଟି ସ୍ବର୍ଣ୍ଣ ଅଳଙ୍କାରକୁ ଆଜିର ସୁପ୍ରଭାତ ସେବା ଅବସରରେ ସେ ଦାନ କରିଛନ୍ତି |

ତିରୁମାଲା ତିରୁପତି ଦେବସ୍ଥାନଂ ଟ୍ରଷ୍ଟକୁ ସେ ଏହି ସୁନା ଅଳଙ୍କାର ପ୍ରଦାନ କରିଛନ୍ତି | ଏଠାରେ ସୂଚନା ଥାଉ କି ଏହି ମନ୍ଦିରରେ ଶ୍ରୀ ଭେଙ୍କଟେଶ୍ୱର ପୂଜାପାଇଥାନ୍ତି | ଶ୍ରୀ ଭେଙ୍କଟେଶ୍ୱର ବିଷ୍ଣୁଙ୍କର ଅବତାର ବୋଲି ବିଶ୍ୱାସ ରହିଛି | ଶ୍ରୀ ଭେଙ୍କଟେଶ୍ୱର ବାଲାଜୀ,ଗୋବିନ୍ଦ ଓ ଶ୍ରୀନିବାସ ନାମରେ ମଧ୍ୟ ନାମିତ | ଆନ୍ଧ୍ରପ୍ରଦେଶର ଚି଼ଟ୍ଟୁର ଜିଲ୍ଲାର ତିରୁପତିରେ ଏହି ମନ୍ଦିର ରହିଥିବାବେଳେ ବିଶ୍ୱର ଧନୀ ମନ୍ଦିର ତାଲିକାରେ ଏହି ମନ୍ଦିର ସର୍ବାଗ୍ରେ ରହିଛି |

ସମ୍ବନ୍ଧିତ ଖବର