ଭଜନ ଗାଇ ବାଂଲାଦେଶ ଡେପୁଟି ହାଇ କମିଶନଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ କଲେ ଇସ୍କନ ଭକ୍ତ

କୋଲକାତା: ଭାରତକୁ ବ୍ୟାପିଲା ବାଂଲାଦେଶ ନିଆଁ | ଆଜି ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଇସ୍କନ ଭକ୍ତମାନେ କୋଲକାତାରେ ଥିବା ବାଂଲାଦେଶ ଡେପୁଟି ହାଇ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ଭକ୍ତମାନେ ଭଜନ ଗାଇ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଥିଲେ। ସୂଚନା ମୁତାବକ ଗତ ୧ ସପ୍ତାହ ଧରି ବାଂଲାଦେଶରେ ମୁସଲିମ ଆନ୍ଦୋଳନକାରୀମାନେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରୁଛନ୍ତି |

Image
photo-ani

ଏହି ହିଂସାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କିଛି ଦିନ ତଳେ ବାଂଲାଦେଶରେ ଥିବା ଇସ୍କନ ମନ୍ଦିର ଉପରେ ଆକ୍ରମଣ କରିଥିଲେ | କେବଳ ଏତିକି ନୁହେଁ ଦେଶର ଅନେକ ହିନ୍ଦୁ ମନ୍ଦିରରେ ଦେବତା ଏବଂ ଦେବୀଙ୍କ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଦେଇଥିଲେ।


ଏହି ହିଂସାରେ ଏପର୍ଯ୍ୟନ୍ତ ୬ ଜଣ ପ୍ରାଣ ହରାଇଛନ୍ତି। ବାଂଲାଦେଶର ନୋହାଖଲିରେ ଥିବା ଏକ ଇସ୍କନ୍ ମନ୍ଦିର ମଧ୍ୟ ଭଙ୍ଗାରୁଜା କରାଯାଇଥିଲା ଏବଂ ଜଣେ ହିନ୍ଦୁ ଭକ୍ତଙ୍କୁ ହତ୍ୟା କରାଯାଇଥିଲା । ଆଉ ଏହାର ପ୍ରତିବାଦରେ ଆଜି ପଶ୍ଚିମବଙ୍ଗର କୋଲକାତା ଇସ୍କନ ମନ୍ଦିରର ଭକ୍ତମାନେ ବାଂଲାଦେଶ ଡେପୁଟି ହାଇ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଭଜନ ଗାଇ ନିଜର ବିରୋଧ ପ୍ରଦର୍ଶନ କରିଛନ୍ତି |

ସମ୍ବନ୍ଧିତ ଖବର