ରାସଲୀଳାବେଳେ ଓଦା ହେଉଥିଲେ କୃଷ୍ଣ, ରାଧା-କୃଷ୍ଣଙ୍କ ପାଇଁ ରେନକୋଟ ପଠାଇଲେ ଶ୍ରଦ୍ଧାଳୁ!

ମଥୁରା: ଭାଇ-ଭଉଣୀଙ୍କ ଭଲ ପାଇବାର ପର୍ବ ରାକ୍ଷୀ ପୂର୍ଣ୍ଣିମା ପାଖେଇ ଆସିଛି | ଏଭଳି ସ୍ଥିତିରେ ବୃନ୍ଦାବନରେ ଥିବା ବାଙ୍କେ ବିହାରୀ ଜୀ ମନ୍ଦିରରେ ରାକ୍ଷୀ ପହଞ୍ଚିବାରେ ଲାଗିଛି। ସୂଚନାନୁସାରେ, ଦେଶର କୋଣ ଅନୁକୋଣରୁ ଦଶ ହଜାରରୁ ଅଧିକ ଭଉଣୀ ବାଙ୍କେ ବିହାରୀଙ୍କୁ ରାକ୍ଷୀ ପଠାଇଛନ୍ତି। ଏମାନେ ହେଉଛନ୍ତି ସେହି ସବୁ ମହିଳା ଯେଉଁମାନେ ବାଙ୍କେ ବିହାରୀଙ୍କୁ ନିଜ ଭାଇ ବୋଲି ଭାବନ୍ତି | ଅଧିକାଂଶ ମହିଳା ନିଜ ଭାଇ କହ୍ନେଇଙ୍କ ପାଇଁ ରାକ୍ଷୀ ସହିତ ଅକ୍ଷତ ଏବଂ ମିଠା ମଧ୍ୟ ପଠାଇଛନ୍ତି | ଅନେକ ଭଉଣୀ ରାକ୍ଷୀ ସହ ନିଜ ଭାଇଙ୍କୁ ଚିଠି ମଧ୍ୟ ପଠାଇଛନ୍ତି ଯେଉଁଥିରେ ସେମାନେ ନିଜ ଭାଇ କହ୍ନେଇଙ୍କୁ ସେମାନଙ୍କ ଜୀବନରେ ଚାଲିଥିବା ସମସ୍ୟା ବିଷୟରେ କହିଛନ୍ତି।

ସୂଚନା ଅନୁଯାୟୀ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବରୁ ବାଙ୍କେ ବିହାରୀଙ୍କ ପାଖକୁ ସର୍ବାଧିକ ରାକ୍ଷୀ ଆସିଛି | ଏହା ବ୍ୟତୀତ ଦେଶର ଅନ୍ୟ ରାଜ୍ୟର ଭଉଣୀମାନେ ମଧ୍ୟ ନିଜ ଭାଇ କହ୍ନେଇଙ୍କୁ ରାକ୍ଷୀ ପଠାଇଛନ୍ତି। ତେବେ ଏହାରି ମଧ୍ୟରେ ପୁଣେରୁ ଜଣେ ଭଉଣୀ(ଶ୍ରଦ୍ଧାଳୁ) ରାକ୍ଷୀ ସହ ଚାଉଳ, ଶୁଖିଲା ଭୋଗ ସହିତ ଦୁଇଟି ରେନକୋଟ୍ ପଠାଇଛନ୍ତି।

ଏହା ସହିତ ଏକ ଚିଠି ମଧ୍ୟ ଲେଖାଯାଇଛି ଯେଉଁଥିରେ ସେହି ଭଉଣୀ ଲେଖିଛନ୍ତି ଯେ ସେ ସ୍ୱପ୍ନରେ ଦେଖିଲେ ଯେ ବାଙ୍କେ ବିହାରୀ ନିଧିବନରେ ରାଧାଙ୍କ ସହିତ ରାସଲୀଳାବେଳେ ହଠାତ ବର୍ଷା ହେଉଛି ଓ ଉଭୟ ଓଦା ହୋଇଯାଉଛନ୍ତି | ଚିଠିରେ ଆହୁରି ଲେଖାଯାଇଛି ଯେ, ଯେଭଳି ଦୁହେଁ ଓଦା ହେବେନାହିଁ, ତେଣୁ ସେ ରାକ୍ଷୀ ସହିତ ଉଭୟଙ୍କ ପାଇଁ ରେନକୋଟ୍ ପଠାଉଛନ୍ତି | କହ୍ନେଇଙ୍କ ପାଇଁ ଏହି ଭଉଣୀର ଭଲ ପାଇବା ଦେଖି ମନ୍ଦିରର ପୁରୋହିତମାନେ ଭାବବିହ୍ୱଳ ହୋଇପଡିଛନ୍ତି |

ସମ୍ବନ୍ଧିତ ଖବର