ଡ଼ାକ୍ତରଖାନାରେ ଭର୍ତ୍ତି କରିଦେଇ ୨ମାସ ପର୍ଯ୍ୟନ୍ତ ଦେଖିବାକୁ ଆସିଲେନି ପରିବାର ଲୋକେ, ସ୍ୱାମୀ ଓ ପିଲାମାନଙ୍କ ଅପେକ୍ଷାରେ ଆର ପାରିକୁ ଚାଲିଗଲେ ମହିଳା

ଦେବାସ(ମଧ୍ୟପ୍ରଦେଶ) : ଗମ୍ଭୀର ରୋଗରେ ପୀଡ଼ିତ ଥିବା ଜାଣି ପରିବାର ଲେକେ ୨ମାସ ତଳେ ଜଣେ ମହିଳାଙ୍କୁ ଜିଲ୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଭର୍ତ୍ତି କରାଇବା ପରେ ପରିବାର ଲୋକେ ଦୁଇ ମାସ ମଧ୍ୟରେ ମହିଳାଙ୍କୁ ଦେଖିବାକୁ ଆସି ନ ଥିଲେ । ଶେଷର  ନିଜ ସ୍ୱାମୀ ଏବଂ ପିଲାମାନଙ୍କୁ ଭେଟିବା ଆଶାରେ ମହିଳା ଆର ପାରିକୁ ଚାଲି ଯାଇଥିବା ଜଣାପଡ଼ିଛି । ମୃତ୍ୟୁ ଖବର ଶୁଣି ମଧ୍ୟ ମହିଳାଙ୍କ ପରିବାର ଡ଼ାକ୍ତରଖାନାକୁ ମୃତଦେହ ନେବା ପାଇଁ ନ ଆସିବାରୁ ନଗର ନିଗମର ସହାୟତାରେ ମହିଳାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ମହିଳାଙ୍କୁ ଏଡ୍‌ସ ହୋଇଥିବା ସନ୍ଦେହ କରି ପରିବାର ଲୋକେ ତାଙ୍କୁ ଡ଼ାକ୍ତରଖାନାରେ ଛାଡ଼ି ଚାଲି ଯାଇଥିଲେ । କିନ୍ତୁ ଦୁଇ ଥର ଏ ନେଇ ପରୀକ୍ଷା କରାଯାଇଥିଲେ ମଧ୍ୟ ଏଡ୍‌ସର କୌଣସି ଲକ୍ଷଣ ଦେଖା ଯାଇନଥିଲା ବୋଲି କହିଛନ୍ତି ଡ଼ାକ୍ତର ।

hindustantimes.com

ସର୍ଜନ ଆର୍‌କେ ସକ୍ସେନାଙ୍କ କହିବା ଅନୁଯାୟୀ, ମହିଳାଙ୍କୁ ଭର୍ତ୍ତି କରାଯିବା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ଆମେ ଦୁଇ ଥର ଏଚ୍‌ଆଇଭି ଟେଷ୍ଟ କରାଇଥିଲୁ । କିନ୍ତୁ ଦୁଇ ଥର ପରୀକ୍ଷା କରାଯିବା ପରେ ଏଚ୍‌ଆଇଭିର କୌଣସି ଲକ୍ଷଣ ଦେଖା ଯାଇ ନଥିଲା । ଦେହ ଖରାପ ରହୁଥିବାର କୌଣସି କାରଣ ଜଣା ପଡ଼ି ନଥିବା ବେଳେ ସୋମବାର ତାଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲେ ମଧ୍ୟ ସେମାନେ ଆସି ନଥିଲେ । ଦୁଇ ଦିନ ମୃତଦେହ ଶବଗୃହରେ ରହିବା ପରେ ଆଜି ନଗର ନିଗମ ସାହାଯ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ସମ୍ବନ୍ଧିତ ଖବର