ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ୯୦ ଜଣ ସ୍ପାଇସ୍ଜେଟ୍ ପାଇଲଟଙ୍କୁ ବୋଇଂ ୭୩୭ ମାକ୍ସ ଉଡ଼ାଣ ପାଇଁ ଅଯୋଗ୍ୟ ଘୋଷଣା କରିବା ସହ ସେମାନଙ୍କୁ ପୁନର୍ବାର ତାଲିମ ନେବାକୁ ପରାମର୍ଶ ଦେଇଛି। ଡିଜିସିଏ ମୁଖ୍ୟ ଅରୁଣ କୁମାର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଉକ୍ତ ପାଇଲଟ୍ମାନଙ୍କୁ ସମ୍ପୂର୍ଣ୍ଣ ଦକ୍ଷ ହେବା ପାଇଁ ଆହୁରି ତାଲିମ ନେବା ଆବଶ୍ୟକତା ରହିଛି। ତାଲିମ ପରେ ଉପଯୁକ୍ତ ବିବେଚିତ ହେଲେ ସେମାନଙ୍କୁ ପୁଣି ବୋଇଂ ୭୩୭ ମାକ୍ସ ଉଡ଼ାଇବା ପାଇଁ ଅନୁମତି ମିଳିବ। କୁମାର କହିଛନ୍ତି, କିଛି ତ୍ରୁଟିବିଚ୍ୟୁତି ପାଇଁ ଯିଏ ଦାୟୀ ତା’ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ମାତ୍ର ୫ ମାସ ଭିତରେ ଦୁଇଟି ବିମାନ ଏୟାର ଫ୍ଲାଇଟ ଜେଟି୬୧୦ ଓ ଇଥିଓପିଆନ ଏୟାର୍ଲାଇନ୍ସ ଫ୍ଲାଇଟ୍ ଇଟି୩୦୨ ଦୁର୍ଘଟଣାରେ ୩୪୬ ଜଣଙ୍କ ମୃତ୍ୟୁ ହେବା ପରେ ବୋଇଂ ୭୩୭ ମାକ୍ସ ବିମାନ ଉଡ଼ାଣକୁ ୨୦୧୯ ମାର୍ଚ୍ଚରେ ବନ୍ଦ କରାଯାଇଥିଲା। ନିର୍ମାତା ଆବଶ୍ୟକ ସଂଶୋଧନ କରିବା ପରେ ଡିସେମ୍ବର ୨୦୨୦ରେ ନିଷେଧାଦେଶକୁ ଉଠାଇ ଦିଆଯାଇଥିଲା। ଭାରତରେ ବୋଇଂ ୭୩୭ ମାକ୍ସ ବିମାନର ଉଡ଼ାଣକୁ ୨୦୨୧ ଅଗଷ୍ଟରେ ପୁନଶ୍ଚ ଅନୁମତି ଦିଆଯାଇଥିଲା।
୯୦ ସ୍ପାଇସ୍ଜେଟ୍ ପାଇଲଟଙ୍କୁ ବୋଇଂ ୭୩୭ ଉଡ଼ାଣ ପାଇଁ ବାରଣ କଲା ଡିଜିସିଏ, କହିଲା ଅଧିକ ତାଲିମ ନିଅ
/sambad/media/post_attachments/wp-content/uploads/2020/02/spicejet-flight-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)