ସ୍ପାଇସଜେଟର ୮୯୯ ଶସ୍ତା ପ୍ଲାନକୁ ରଦ୍ଦ କଲା ଡ଼ିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଘରୋଇ ବିମାନ ସ୍ପାଇସଜେଟର ଏକ ସ୍ୱତନ୍ତ୍ର ଯୋଜନା ଉପରେ ପ୍ରତିବନ୍ଧକ ଲଗାଇଛି। ବାସ୍ତବରେ, ସ୍ପାଇସଜେଟ୍ ପାଞ୍ଚ ଦିନିଆ ‘ଗୋଟିଏରେ ଗୋଟିଏ ଟିକେଟ୍ ଫ୍ରି’ ବିକ୍ରି ଘୋଷଣା କରିଥିଲା ​​| ଏହା ଅଧୀନରେ କମ୍ପାନୀ ସର୍ବନିମ୍ନ ୮୯୯ ଟଙ୍କା ମୂଲ୍ୟରେ ଟିକେଟ୍ ପ୍ରଦାନ କରିଥିଲା। କିନ୍ତୁ ବର୍ତ୍ତମାନ ଡିଜିସିଏ ଏହି ଯୋଜନା ଉପରେ ପ୍ରତିବନ୍ଧକ ଲଗାଇଛି। କାରଣ ବିମାନ ଯାତ୍ରା ଭଡା ଉପରେ ଏକ ସୀମା ସ୍ଥିର କରିବା ପାଇଁ ଡ଼ିଜିସିଏ ଏଭଳି ନିଷ୍ପତ୍ତି ନେଇଛି |

ସୂଚନା ଥାଉ କି ମେ ମାସରେ ଘରୋଇ ବିମାନ କମ୍ପାନୀଗୁଡ଼ିକୁ ସେବା ଆରମ୍ଭ କରିବା ପାଇଁ ଅନୁମତି ମିଳିଥିଲା | ଏଥି ସହିତ ସର୍ବନିମ୍ନ ଭଡା ସୀମା ମଧ୍ୟ ସ୍ଥିର କରାଯାଇଥିଲା। ସରକାର ପ୍ରତି ଉଡାଣ ପାଇଁ ସର୍ବନିମ୍ନ ୨୦୦୦ ଟଙ୍କା ଧାର୍ଯ୍ୟ କରିଥିଲେ । ଆଉ ଏଥିପାଇଁ ଡିଜିସିଏ, ଭଡା ସୀମା ନିର୍ଦ୍ଧାରଣ କରିବାକୁ ସରକାରଙ୍କ ନିର୍ଦ୍ଦେଶକୁ ଧ୍ୟାନ ଦେଇ ସ୍ପାଇସଜେଟକୁ ଏହାର ବିକ୍ରୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଭଡା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସମୟ ସୀମା ପ୍ରଥମେ ୨୪ ଅଗଷ୍ଟ ପର୍ଯ୍ୟନ୍ତ ସ୍ଥିର କରାଯାଇଥିଲା ଯାହା ପରେ ୨୪ ନଭେମ୍ବରକୁ ବୃଦ୍ଧି କରାଯାଇଥିଲା |

ସମ୍ବନ୍ଧିତ ଖବର