ଅଗଷ୍ଟ ୩୧ ଯାଏଁ ଅନ୍ତର୍ଜାତୀୟ ଉଡ଼ାଣ ଉପରେ ରୋକ ଲଗାଇଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କରୋନା ଭାଇରସ୍ ମହାମାରୀ ଯୋଗୁଁ ଭାରତରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକକୁ ୩୧ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହି ପ୍ରତିବନ୍ଧକ ଅନ୍ତରାଷ୍ଟ୍ରୀୟ କାର୍ଗୋ ବିମାନ ପାଇଁ ପ୍ରଯୁଜ୍ୟ ହେବ ନାହିଁ | ସେହିପରି ମନୋନୀତ ଦେଶଗୁଡିକ ସହିତ ଦ୍ୱିପାକ୍ଷିକ ଏୟାର ବବଲ ଚୁକ୍ତିନାମା ଅନୁଯାୟୀ ଚାଲୁଥିବା ବିମାନଗୁଡ଼ିକ ଜାରି ରହିବ | ସୂଚନା ଥାଉ କି ଗତ ବର୍ଷ ଦେଶବ୍ୟାପୀ ଲକଡାଉନ ହେବା ପରଠାରୁ ଆନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି।

କିନ୍ତୁ ମେ ୨୦୨୦ଠାରୁ ବନ୍ଦେ ଭାରତ ମିଶନ ଅଧୀନରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରୁଛି | ବିଦେଶରେ ଫସିରହିଥିବା ଯାତ୍ରୀଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ଆରମ୍ଭ କରାଯାଇଥିଲା ଏବଂ ଅନେକ ଦେଶ ସହିତ ଏୟାର ବବଲ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର କରାଯାଇଥିଲା |

ସେହିପରି ଡ଼ିଜିସିଏ ପକ୍ଷରୁ କୁହାଯାଇଛି ଯେ ସମସ୍ତ ବିମାନବନ୍ଦର ଅପରେଟରଙ୍କୁ କଡା ଯାଞ୍ଚ କରିବାକୁ କୁହାଯାଇଛି | ଲୋକମାନେ ସଠିକ ଭାବରେ ମାସ୍କ ପିନ୍ଧୁଛନ୍ତି ନା ନାହିଁ ସେ ଉପରେ ନଜାର ରଖିବାକୁ କୁହାଯାଇଛି | ଏହା ସହ ବିମାନବନ୍ଦର ପରିସରରେ ମଧ୍ୟ ଶାରୀରିକ ଦୂରତା ବଜାୟ ରଖିବାକୁ ପଡ଼ିବ |

ସମ୍ବନ୍ଧିତ ଖବର