ଡିଜିସିଏ ଜାରି କଲା ନୂଆ ଗାଇଡଲାଇନ୍ : ୧୦୦୦ ଘଣ୍ଟାର ଉଡାଣ ଅଭିଜ୍ଞତା ଥିବା ପାଇଲଟ୍ ବୋଇଂ ବିମାନ ଚଳାଇପାରିବେ

ନୂଆଦିଲ୍ଲୀ:  ଇଥିଓପିଆ ବିମାନ ଦୁର୍ଘଟଣା ପରେ ସୁରକ୍ଷିତ ବିମାନ ଯାତ୍ରା ପାଇଁ  ଡିରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ (ଡିଜିସିଏ) ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ବୋଇଂ ବିମାନ ଉଡାଣ ପାଇଁ ପାଇଲଟଙ୍କ ଅଭିଜ୍ଞତା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ଯେଉଁ ପାଇଲଟଙ୍କ ୧୦୦୦ ଘଣ୍ଟାର ଉଡାଣର ଅଭିଜ୍ଞତା ଥିବ, ସେମାନେ କେବଳ ବୋଇଂ ବିମାନ ଚଳାଇପାରିବେ । ସେହିଭଳି ସହକାରୀ ପାଇଲଟଙ୍କ ପାଇଁ ୫୦୦ ଘଣ୍ଟାର  ଅଭିଜ୍ଞତା ରହିବା ଜରୁରୀ ।

ବିଶେଷ କରି ସ୍ପାଇସ ଜେଟ୍ ଓ ଜେଟ ଏୟାୱେଜର ବୋଇଂ-୭୩୭ ମ୍ୟାକ୍ସ ବିମାନ ଉଡାଣଙ୍କୁ ନେଇ ଏହି ସୁରକ୍ଷା ନିର୍ଦ୍ଦେଶନାମା ଜାରି କରିଛି । ଗୋଟିଏ ଦିନ ପୂର୍ବରୁ ଇଥିଓପିଆରେ ବିମାନ ଦୁର୍ଘଟଣା ଘଟି ୧୫୭ ଜଣ ପ୍ରାଣ ହରାଇଥିଲେ । ଏହାପରେ ଡିଜିସିଏ ପକ୍ଷରୁ ଏହି ସୁରକ୍ଷା ଗାଇଡଲାଇନ ଜାରି କରାଯାଇଛି । ସ୍ଥିତି ଉପରେ କଡା ନଜର ରଖିବାକୁ ବି ନିର୍ଦ୍ଦେଶ ଦେଇଛି ଡିଜିସିଏ ।

ଚୀନ ବିମାନ ପ୍ରାଧିକରଣ ପକ୍ଷରୁ ମଧ୍ୟ ଏପରି ଗାଇଡଲାଇନ୍  ସୋମବାର ଜାରି କରାଯାଇଛି।  ବିମାନ ସହିତ ଜଡିତ ସୁରକ୍ଷା ସମ୍ବନ୍ଧିତ ସମସ୍ତ ପ୍ରାଥମିକତା ଯାଞ୍ଚ ହେବା ପରେ ବୋଇଂ ୭୩୭ ମ୍ୟାକ୍ସ୮ର ବ୍ୟବସାୟିକ ବ୍ୟବହାର ପୁଣି ଥରେ ଆରମ୍ଭ ହେବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର